ହେଡଲାଇନସ୍:

ପାଇକା ମହୋତ୍ସବକୁ ପ୍ରଶାସନିକ ବିରୋଧ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଧାରଣା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦ୍ରାପଡ଼ା:୧୨/୦୩(ପ୍ରଫୁଲ୍ଲ କୁମାର ମଲ୍ଲ) ମାର୍ଶାଘାଇ ବ୍ଲକରେ ଆୟୋଜିତ ହେବାକୁ ଥିବା ୧୧ତମ ପାଇକା ମହୋତ୍ସବକୁ ପ୍ରଶାସନ ପକ୍ଷରୁ ବିରୋଧ ହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ବିଭିନ୍ନ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା ମହିଳାମାନେ କହିଥିଲେ ଯେ ପାଇକା ପରମ୍ପରା ଓ ସଂସ୍କୃତି ଓଡ଼ିଶାର ଗୌରବ, ଏହି ପରମ୍ପରାକୁ ରକ୍ଷା କରିବା ପାଇଁ ପାଇକା ମହୋତ୍ସବ ଆୟୋଜନ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ପ୍ରଶାସନ ପକ୍ଷରୁ ଏଥିରେ ବାଧା ସୃଷ୍ଟି ହେବାକୁ ନେଇ ସେମାନେ କଟୁ ଅସନ୍ତୋଷ ପ୍ରକାଶ କରିଥିଲେ।ତୁରନ୍ତ ପ୍ରଶାସନ ପକ୍ଷରୁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରି ପାଇକା ମହୋତ୍ସବ ଆୟୋଜନକୁ ଅନୁମତି ଦେବାକୁ ଧାରଣାକାରୀ ମହିଳାମାନେ ଦାବି କରିଥିଲେ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ସତର୍କ କରିଛନ୍ତି।

0
0
0
s2sdefault