ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ନିମନ୍ତେ ଉପଖଣ୍ଡ ମୁଖ୍ୟ ଉପଜିଲ୍ଲାପାଳଙ୍କ ମୁଖ୍ୟ ପୈ।ରହିତ୍ୟରେ ଶୁଭସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଗତ ୨ ଶହ ବର୍ଷର ଇତିହାସ ଅନୁଯାୟୀ ଏବର ଭଞ୍ଜନଗର ପୂର୍ବରୁ ରସୁଲକୋଣ୍ଡା ର କଲେକ୍ଟର ରସୁଲ୍ ସାହେବ୍ ଙ୍କ ଠାରୁ ଏହା ସମ୍ପୂର୍ଣ୍ଣ ଭାବ ବିଶ୍ଵାସ ଓ ପରମ୍ପରାନୁସାରେ ଚାଲିଆସିଛି।
ଏହି ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରାର ଶୁଭସ୍ତମ୍ବ ସ୍ଥାପନ ନିମନ୍ତେ ଭଞ୍ଜନଗର ଠାକୁରାଣୀ ମନ୍ଦିର ରୁ ଓ କୁଲାଡ ତଳବ୍ୟାଘ୍ର ଦେବୀ ମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଅଣାଯାଇ ଭଞ୍ଜନଗର କଇଁଆ ବ୍ୟାଘ୍ର ଦେବୀ ଙ୍କ ମନ୍ଦିର ରେ ରଖାଯାଇଥାଏ। ପରେ ପରେ ଯାତ୍ରା କମିଟି ର ସମସ୍ତ ସଦସ୍ୟ ଓ ସହରର ହଜାର ହଜାର ଜନସାଧାରଣ ସ୍ଥାନୀୟ ଉପଜିଲ୍ଲାପାଳ ପାଖକୁ ନୂତନ ବସ୍ତ୍ର ପରିଧାନ ନିମନ୍ତେ (ପରଂପରା ଅନୁସାରେ) ବାଜ ବାଜଣା ରେ ଯାଇଥିଲେ । ସେଠାରୁ ପୁଣି ସମସ୍ତେ କଇଁଆ ବ୍ୟାଘ୍ର ଦେବୀ ମନ୍ଦିର କୁ ଯାଇ ଆଜ୍ଞାମାଳ ଉପଜିଲ୍ଲାପାଳ ଙ୍କ ଦ୍ଵାରା ଅଣାଯାଇ ବାଜ ବାଜଣା ଵାଣ,ଘଣ୍ଟ କାହାଳୀ ରୋଷଣୀ ରେ ଶୁଭ ସ୍ତମ୍ଭ ସ୍ଥାପନସ୍ଥଳକୁ ଅଣାଯାଇଥିଲା। ଏହାପରେ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହି ସମୟରେ ଆତସବାଜି ସହ ପାରମ୍ପରିକ ନୃତ୍ୟ, ବାଦ୍ୟରେ ସହର ପ୍ରକମ୍ପିତ ହୋଇପଡ଼ିଥିଲା। ଯାତ୍ରାର ମୁଖ୍ୟ ପୁରୋଧା ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଆଜ୍ଞାମାଳ ଧରି ଶୁଭସ୍ତମ୍ଭ ସ୍ଥାପନ ସ୍ଖଳକୁ ଆସିଥିଲେ । ଏହି ସମୟରେ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସଭାପତି ରାଜେନ୍ଦ୍ର ବିଷୋୟୀ, ସାଙ୍ଗଠନିକ ସମ୍ପାଦକ ତଥା ପୌରପରିଷଦ ପୌରାଧକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁରୋହିତ ଉପେନ୍ଦ୍ର କୁମାର ମିଶ୍ର, ଜୟକୃଷ୍ଟ ମିଶ୍ର, ସୀମାଞ୍ଚଳ ମିଶ୍ର ପୂଜାର୍ଚ୍ଚନା କରିଥିଲେ । ସୂଚନାଯୋଗ୍ୟ ଯେ, ଚଳିତ ୨୦୨୬ ର ଏପ୍ରିଲ ୨୬ ତାରିଖରେ ରେ ଦେବୀଙ୍କ ଆଗମନ ସହ ଯାତ୍ରା ଆରମ୍ଭ ହେବ । ମେ ୨୦ ରେ ଯାତ୍ରା ଉଦଯାପିତ ହେବ । ଆଜି ଶୁଭସ୍ତମ୍ଭ ସ୍ଥାପନ ପରେ ସେଠାରେ ଏକ ସଭାର ଆୟୋଜନ ହୋଇଥିଲା । ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚଳିତ ବର୍ଷ ଯାତ୍ରାର ୫୦ ପ୍ରତିଶତ ଖର୍ଚ୍ଚ ଯାତ୍ରା କମିଟି ବହନ କରିବ ବୋଲି କହିଥିଲେ। ଏଥିସହ ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ । ଚଳିତ ବର୍ଷର ଯାତ୍ରା ରାଜ୍ୟରେ ନୂଆ ଇତିହାସ ରଚିବ ବୋଲି ବିଧାୟକ କହିଥିଲେ । ବିଧାୟକ ଆହୁରି ମଧ୍ୟ କହିଥିଲେ ଯେ, ଭଞ୍ଜନଗର ଯାତ୍ରା ୨୦୦ ବର୍ଷର ପୁରୁଣା ଇତିହାସ ସହ ଜଡ଼ିତ । ପ୍ରତ୍ୟେକ ୱାର୍ଡ଼ରେ ଆଗାମୀ ଯାତ୍ରା ପାଇଁ କଳାକୁଞ୍ଜ ହେବ । ଲୋକଙ୍କ ମତାମତକୁ ନେଇ ଯାତ୍ରା ହେବ। ଏଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ ବିଧାୟକ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯାତ୍ରା କମିଟି ସମ୍ପାଦକ ସୁଧୀର ରଞ୍ଜନ ବେହେରା ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ଆକର୍ଷଣୀୟ ଭାବେ ହେବ ସେ ନେଇ କହିଥିଲେ । ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅ ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ଏସ୍ପି ରଞ୍ଜନ କୁ ମାର ଦେ , ଏସ୍ ଡି ପି ଓ ଡ଼. ଦୀପକ କୁମାର ମିଶ୍ର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ, ଜଳସମ୍ପଦ ବିଭାଗ ଏସ୍ ଡିଓ ସନ୍ତୋଷ କୁମାର ପାତ୍ର,ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ, ଥାନାଧୁକାରୀ ଜିବନାନନ୍ଦ ଜେନା, ପୈ।ରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, ସାଂସଦ ପ୍ରତିନିଧ ସନ୍ତୋଷ କୁ ମାର ତିଆଡ଼ି, ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ଦଳବେହେରା ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ବିଷ୍ଣୁ ପ୍ରସାଦ ପ୍ରଧାନ ଏବଂ ଐତିହାସିକ ଠାକୁରାଣୀ ଯାତ୍ରା କମିଟି ର ଉପ ସଭାପତି ମୁରଲୀଧର ପଣ୍ଡା,ବିନୟ କୁମାର ରଥ, ଶାନ୍ତନୁ କୁମାର ଦାସ, ସଂଗଠନ ସଂପାଦକ ସୁଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବେହେରା, କୋଷାଧକ୍ଷ ମହେଶ୍ଵର ପାତ୍ର, ଡି ଚେଲପତି ରାଓ, ଶୁଳପାଣି ଶତପଥୀ, ଜଗଦିଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଭଞ୍ଜନଗର ଠାକୁରାଣୀ ଯାତ୍ରା ପ୍ରତି ୩ ବର୍ଷକୁ ଥରେ ହେଉଛି। ୨୦୨୩ ମସିହା ମେ' ମାସରେ ଗତ ଯାତ୍ରା ହୋଇଥିଲା ଏବଂ ସେତେବେଳେ ଯେଉଁ କମିଟି ସଦସ୍ୟ ଥିଲେ ଚଳିତ ବର୍ଷ ମଧ୍ୟ ସେହି ମାନେ ରହିବେ ( କମିଟି ଅପରିବର୍ତ୍ତିତ ରହିବ) ବୋଲି କୁହାଯାଇଛି। ଚଳିତ ବର୍ଷ ଏପ୍ରିଲ ୨୬ ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୨୦ ତାରିଖରେ
ଯାତ୍ରା ଶେଷ ହୋଇ, ମେ ୧୯ ତାରିଖରେ ସିଂହ ବାହିନୀ ଯାତ୍ରା ହେବ । ୨୫ ଦିନ ଧରି ଯାତ୍ରା ଚାଲିବ। ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ । ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ଦୀର୍ଘ ୮ କିମି ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ । ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ଦେବୀଙ୍କୁ ପୂଜାର୍ଚ୍ଚନା କରିବେ। ଏହାପରେ ଦେବୀ ଭଞ୍ଜନଗର କଇଁଆ ବ୍ୟାଘ୍ରଦେବୀ ମନ୍ଦିରଠାରେ କିଛି ସମୟ ବିଶ୍ରାମ ନେବାପରେ ବିଳମ୍ବିତ ସଂନ୍ଧ୍ୟାରେ ଦେବୀ ମୁଖ୍ୟ ସଡକରେ ହୋଇଥିବା ଅସ୍ଥାୟୀ ମଣ୍ଡପକୁ ଅଣାଯିଵେ । ଏହି ସମୟରେ ପାରମ୍ପରିକ ନୃତ୍ୟ, ଆତସବାଜି ରେ ସହର ପ୍ରକମ୍ପିତ ହୋଇପଡିବ । ବ୍ୟାଘ୍ରଦେବୀ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେବାପରେ ଭଞ୍ଜନଗର ଦେବୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅଣାଯିବ। ଏହି ପ୍ରକ୍ରିୟା ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲିବ । ୩ ବର୍ଷ ପରେ ପୁଣି ଯାତ୍ରା ହେଉଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେଠୁ ଉତ୍ସାହ ପରିଲକ୍ଷିତ ହେଲାଣି । ଏହି ଶୁଭ ସମୟରେ ଆଗକୁ ହେବାକୁ ଥିବା ଐତିହାସିକ ଠାକୁରାଣୀ ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ ବିରାଟ କାର୍ଯ୍ୟାଳୟ ର ମଧ୍ୟ ଆଜି ବିଧାୟକ ଙ୍କ ଦ୍ଵାରା ଶୁଭ ଉଦ୍ଘାଟନ କରାଯାଇଛି। ଯେଉଁ ଠାରେ ସମସ୍ତେ ପ୍ରତ୍ୟେକ ଦିନ ବସି ଯାତ୍ରା ସମୟର କାର୍ଯ୍ୟ ଦିବସ କୁ ସୁଚାରୁ ରୂପେ ପରିଚାଳନା କରିବେ।
ରାଜ୍ୟ
ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭସ୍ତମ୍ବ ସ୍ଥାପନ ଉତ୍ସବ ଅନୁଷ୍ଠିତ
- Hits: 82








