( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ଆସ୍କା ଉପକଣ୍ଠ ରେ ପ୍ରବାହିତ ବଡ ନଦୀରେ ବୁଡି ସରସ୍ୱତୀ ନାୟକ ନାମ୍ନୀ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଛି। ନିକଟସ୍ଥ ମହାରାଜା ପୁର ଗ୍ରାମର ସରସ୍ୱତୀ ଉକ୍ତ ନଦୀରେ ଗାଧୋଇବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ଭିତରକୁ ବୁଡ଼ି ଯାଇଥିଲେ। ପରିବାର ଲୋକେ ବହୁ ସମୟ ଖୋଜାଖୋଜି କରି ବିଳମ୍ବ ରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସରସ୍ୱତୀ କୁ ମୃତ୍ୟୁ ଘୋଷଣା କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ସରସ୍ୱତୀଙ୍କ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ରାଜ୍ୟ
ନଦୀରେ ବୁଡ଼ି ବୃଦ୍ଧା ଙ୍କ ମୃତ୍ୟୁ
- Hits: 6








