ପଦ୍ମପୁର /ଶିବାଶିଷ ପଟ୍ଟନାୟକ (୦୯/୦୩):- ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନା ପୁଲିସ ୫ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ସହିତ ଛତ୍ତିଶଗଡ ର ଦୁଇ ଯୁବକଙ୍କୁ ଧରିଛି। ଝାରବନ୍ଧ୍ ଥାନାର ଆଇସି ସୁକ୍ର ମାଢ଼ିଙ୍କ ନେତୃତ୍ୱରେ ରେଡ୍ ଦଳ ଗୁଇନ୍ଧା ସୂଚନା ପାଇ ଭୈଂସଦର୍ହା-ଲୋହରସିଂ ମାର୍ଗରେ ପେଟ୍ରୋଲିଂ କରୁ ଥିବା ସମୟରେ ଲୋହରସିଂହ ଛକ ନିକଟରେ ନମ୍ବର ପ୍ଲେଟ୍ ନଥିବା ପଲସର ମୋଟରସାଇକଲରେ ଗଞ୍ଜେଇ ପରିବହନ କରୁଥିବା ଅଭିଯୁକ୍ତମାନଙ୍କୁ ଧରିଥିଲେ।। କଳା-ଲାଲ ରଙ୍ଗର ବଜାଜ୍ ପଲ୍ସାର ୧୨୫ (ଚାସିସ ନମ୍ବର MDZB68BX5SWA06194)ରେ ଗଞ୍ଜେଇ ନେଉଥିବା ଦିଲ୍ଲିପ ଯାଦବ (୨୬), ମୋହତରାକାଲା ଏବଂ ଅନୁରାଗ ନିର୍ମଳକାର (୨୦), ବାର୍ଦି (କବିରଧାମ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୫ କି.ଜି. ୫୩ ଗ୍ରାମ ଗଞ୍ଜେଇ, ଏକ ନମ୍ବରବିହୀନ ମୋଟରସାଇକଲ ,ସମସଙ୍ଗ୍ କିପାଡ୍ ଫୋନ୍ ସହ ନଗଦ ୧୩,୭୦୦ ଟଙ୍କା ଜବତ କରାଯାଇ ଝାରବନ୍ଧ ଥାନା ମାମଲା ୩୫/୨୦୨୬, NDPS ଧାରା ୨୦(ବି)(ଇଇ)(ବି)/୨୫ ଅଧୀନରେ ଏକ ମାମଲା ରୁଜୁ ହୋଇଛି।
ରାଜ୍ୟ
୨ ଅନ୍ତରାଜ୍ଯ ଗଞ୍ଜେଇ ଚୋର ଗିରଫ : ୫ କିଲୋ ଗଞ୍ଜେଇ ସହ ନମ୍ବର ବିହୀନ ପଲସର୍ ଜବତ।
- Hits: 260








