ହେଡଲାଇନସ୍:

ଡ. ହରିପଦ ଶତପଥୀଙ୍କ ପୁସ୍ତକ ଲୋକାର୍ପଣ ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର,୮.୩ : ସାହିତି୍ୟକ ତଥା ପୂର୍ବତନ ପ୍ରଶାସକ ହରିପଦ ଶତପଥୀଙ୍କ ପୁସ୍ତକ ଲୋକାର୍ପଣ ସମାରୋହ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଛି । ଯେଉଁଥିରେ ତାଙ୍କର ତିନୋଟି ଓଡ଼ିଆ ପୁସ୍ତକ ଯଥା ‘ଶରଶଯ୍ୟା, ‘ବନହଂଶୀ' ଏବଂ ଇଂରାଜୀ ପୁସ୍ତକ ‘ଇଭୋଲ୍ୟୁସନ ଅଫ ଶକ୍ତି କଲ୍ଟ ଆଟ ଏକାମ୍ରକ୍ଷେତ୍ର’ ଲୋକାର୍ପିତ ହୋଇଛି । ସଭାରେ ଶିକ୍ଷାବିତ ତଥା ସାହିତି୍ୟକ ଅଧ୍ୟାପକ ବିଶ୍ୱରଞ୍ଜନ ସଭାପତିତ୍ୱ କରିଥିବା ବେଳେ ବି.କେ ପବ୍ଲିକେସନର ପ୍ରକାଶକ ତଥା ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦେଇ କହିଲେ ଯେ, ପୁରାଣ ଏବଂ ବିଜ୍ଞାନ ଦୁଇଟିଯାକ ସର୍ବଶ୍ରେଷ୍ଠ ଜ୍ଞାନର କେନ୍ଦ୍ର ପାଲଟିଛି । ଯାହା ପ୍ରତି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟସ୍ତରରେ ଆଲୋଚନା ହେବା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି କହିଲେ ଯେ, ଆପଣ ଯାହାକୁ ରହସ୍ୟ ବୋଲି ଭାବୁଛନ୍ତି ତାହାରି ଭିତରେ ହିଁ ସତ୍ୟ ଲୁଚିକି ରହିଛି । ଶ୍ରୀ ଶତପଥୀଙ୍କ ଶରଶଯ୍ୟା ପୁସ୍ତକ ମହାଭାରତର ଏକ ଅଂଶ ଏହା ସହିତ ପୁରାଣ ଆଧୁନିକ ସାହିତ୍ୟରେ କିପରି ଭାବରେ ଲେଖା ହେବା ଉଚିତ, ସେ ସମ୍ପର୍କରେ ଭାରତ ସରକାର ଏକ ନିୟମ ଅବଲମ୍ବନ କରିବା ଉଚିତ ବୋଲି ସେ ମତ ପ୍ରକାଶ କରିଛନ୍ତି ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ରାଜନୀତିଜ୍ଞ ତଥା ସାହିତ୍ୟିକ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ଯୋଗ ଦେଇଥିଲେ । ସେହିପରି ନିଜ ଲେଖକୀୟ ଅଭିବ୍ୟକ୍ତିରେ ଡ. ହରିପଦ ଶତପଥୀ କହିଛନ୍ତି, ଯେଉଁ ଜାତି ସାହିତ୍ୟକୁ ରକ୍ଷା କରେ, ସାହିତ୍ୟ ସେହି ଜାତିକୁ ରକ୍ଷା କରେ । ବିଶ୍ୱ ଇତିହାସ ଏହାର ସାକ୍ଷୀ । କିନ୍ତୁ ଆଜିର ବିଡ଼ମ୍ବନା ଓ ବିସ୍ମୟ ହେଉଛି ସାହିତ୍ୟିକଙ୍କ ତୁଳନାରେ ପାଠକଙ୍କ ସଂଖ୍ୟା ହ୍ରାସ ପାଉଛି । କାରଣ ସୁସାହିତ୍ୟ ସୃଷ୍ଟି ହୋଇପାରୁନାହିଁ । ତେଣୁ ସୁସାହିତ୍ୟ ସୃଷ୍ଟି ଦିଗରେ ସାହିତ୍ୟିକମାନେ ଉଦ୍ୟମ କରିବା ଆବଶ୍ୟକ । ଏହା ହିଁ କାଳର ଆହ୍ୱାନ ବୋଲି କହିଥିଲେ । ଏହି ଅବସରରେ ଶ୍ରୀ ଶତପଥୀଙ୍କ ଲିଖିତ ପୁସ୍ତକଗୁଡିକ ଗୀତଗୋବିନ୍ଦ ସଦନ ପରିସର ମଧ୍ୟରେ ପ୍ରଦର୍ଶିତ ହୋଇଥିଲା । ଶେଷରେ ଡ଼. ରଞ୍ଜନ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

0
0
0
s2sdefault