( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଶେରଗଡ ଥାନା ଅର୍ନ୍ତଗତ ହାଡିଚିରା ଗ୍ରାମ ର ହାଡୁବନ୍ଧୁ ସେଠୀ ନାମକ ଜଣେ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ ହାଡ଼ୁ ନିଜ ଗ୍ରାମକୁ ଯିବା ପାଇଁ ଲକ୍ଷ୍ମୀ ବସରେ ବଢୁଥିବା ବେଳେ ଶେରଗଡ ନିକଟସ୍ଥ ଶଙ୍ଖ ନିକଟରେ ଖସି ପଡ଼ିଥିଲା। ଯାହା ଫଳରେ ଉକ୍ତ ଲକ୍ଷ୍ମୀ ବସ୍ ତା ଉପରେ ଚଢ଼ି ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ହାଡ଼ୁ କୁ ଉଦ୍ଧାର କରି ଚିକିତ୍ସା ପାଇଁ ଶେରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ଓ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ରାଜ୍ୟ
ଚଳନ୍ତା ବସରୁ ଖସି ଯୁବକ ର ମୃତ୍ୟୁ।
- Hits: 7








