ହେଡଲାଇନସ୍:

ଡିଏଭି ପବ୍ଲିକ ସ୍କୁଲ ଝାରସୁଗୁଡ଼ାରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ୦୮/୦୩/୨୦୨୬: ଝାରସୁଗୁଡ଼ା ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପରିସରରେ ଡିଏଭି ପରିବାର ତରଫରୁ ପ୍ରୟାସରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି। ନାରୀ ଶକ୍ତିର ସମ୍ମାନ, ସମତା ଓ ସଶକ୍ତିକରଣର ସନ୍ଦେଶକୁ ଦୃଷ୍ଟିରେ ରଖି ମହିଳା ଦିବସ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲ୍ୟୁ ବେଲ ଇଂଲିଶ ମିଡ଼ିଅମ ସ୍କୁଲ ଅଧ୍ୟକ୍ଷା ସଂଚିତା ମୂଖାର୍ଜୀ ଓ ଡିଏଭି ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହଧର୍ମିଣୀ ସୀମା ଦେବତା ବିଶେଷ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଏକ ଆନୁଷ୍ଠାନିକ ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଶ୍ରୀ ଦେବତା ସମସ୍ତଙ୍କୁ ସ୍ୱାଗତ ଜଣାଇ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ସମାଜ ଗଠନରେ ନାରୀମାନଙ୍କ ଅପରିହାର୍ଯ୍ୟ ଭୂମିକା, ଅନୁଷ୍ଠାନରେ ସାମ୍ୟ ବିଚାର, ସମାନ ସୁବିଧା, ନାରୀ ଶକ୍ତିର ଉତଥାନ ଆଦି ସମ୍ପର୍କରେ ଭାବ ବ୍ୟକ୍ତ କରିଥିଲେ ଏବଂ ନାରୀ ସମ୍ମାନ, ସମତା ତଥା ସୁରକ୍ଷା ପ୍ରତି ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କରିବା ସହ ଶିକ୍ଷକମାନଙ୍କ ଦ୍ଵାରା ଶପଥ ପାଠ କରାଇଥିଲେ । ଏହି ଅବସରରେ ବିଭିନ୍ନ ରୋଚକ ଓ ମନୋହର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସଙ୍ଗୀତ, ନୃତ୍ୟ ଓ ଅନ୍ୟାନ୍ୟ ସାହିତ୍ୟିକ ପ୍ରସ୍ତୁତି ମାଧ୍ୟମରେ ନାରୀଶକ୍ତିର ମହତ୍ତ୍ୱକୁ ସୁନ୍ଦର ଭାବେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟି ସମସ୍ତଙ୍କ ମନକୁ ଆନନ୍ଦ ଓ ପ୍ରେରଣା ଯୋଗାଇଥିଲା । ନୀଲିମା ପଟେଲ, ମଞ୍ଜୁଶ୍ରୀ ବେଦୁଲା, ମନିଷା ଚାନ୍ଦ, ସଙ୍ଗୀତା ସିହ୍ନା, ରିଙ୍କୁ ଶର୍ମା, ସବିତା ଧଳ, ଗୀତାଞ୍ଜଳି ମିଶ୍ର, ସରିତା ମିଶ୍ର, ଉମା ସିଂ ଚଣ୍ଡେଲ, ମୋନିକା ଶ୍ରୀବାସ୍ତବ, ସୁକନ୍ୟା ମହାପାତ୍ର ପ୍ରମୁଖ ଅନ୍ୟାନ୍ୟ ସମସ୍ତ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ମହିଳା ଦିବସର ମୂଲ୍ୟବୋଧକୁ ସମ୍ମାନ ଜଣାଇ ସମଗ୍ର କାର୍ଯ୍ୟକ୍ରମଟି ଏକ ଆନନ୍ଦମୟ ଓ ପ୍ରେରଣା ଦାୟକ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

0
0
0
s2sdefault