ହେଡଲାଇନସ୍:

ଇଏ କି ପ୍ରେମ, ଯେଉଁଠି ପ୍ରେମ ନା ରେ ହୁଏ ଦେହର ସଉଦା!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡିଆରେ, ଯୁବକ ଗିରଫ 

ବାରିପଡ଼ାରୁ ଦିଲ୍ଲୀପ ମହାନ୍ତି : ପ୍ରଥମେ ପ୍ରେମ ଓ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଇବା ଅଭିଯୋଗ ଆଜିକାଲି ଏକ ଫେସନରେ ପରିଣତ ହୋଇଯାଇଛି ।  ହେଲେ ଇଏ କି ପ୍ରେମ, ଯେଉଁଥିରେ ପ୍ରେମିକ ପ୍ରେମିକାର ଦେହର ସଉଦା କରେ !ମାର୍ମିକ ଆବେଦନ ଯେଉଁଠି ଦେହ ଭୋକର ରୂପ ନିଏ !! ଇଏ କି ପ୍ରେମ, ଯେଉଁଥିରେ ଲମ୍ପଟ ଆଉ ପ୍ରେମିକ ମଧ୍ୟରେ ଫରକ ବୁଝେନି ପ୍ରେମିକା !!!  ଇଏ କେମିତିକା ପ୍ରେମିକ, ଯିଏ ପ୍ରେମିକାର ଇଜ୍ଜତ ଓ ନାରୀତ୍ୱକୁ ସାମ୍ମାନ ଦେବା ବଦଳରେ ତାକୁ ପଣ୍ୟ ଦ୍ରବ୍ୟରେ ପରିଣତ କରିଦିଏ !!! ପ୍ରେମିକାର ଦୁର୍ବଳ ମୁହୂର୍ତ୍ତର ଫୋଟୋ ବା ଭିଡ଼ିଓ କରିବାର ଦୁଃସାହସ କରେ !!!!  ଯୁବକ ଗିରଫ ହେଲେ କଣ ହେବ ! ବନ୍ଧା ହୋଇ ଜେଲ ଯିବ, ଫେରିବା ପରେ ଲୋକ ଭୁଲି ଯାଇଥିବେ ସେ କଣ କରିଥିଲା !!!!!! ପୁଣି ଆସିବ ,,,,ପୁଅ ପିଲା, ଝଡି ଝୁଡି ହୋଇ ସଫା ହୋଇଯିବ ! ଆଉ ନିଜ ଲମ୍ପଟ ପଣ ରେ ଆଉ କେଉଁ ଯୁବତୀର ଦେହର ସଉଦା କରିବା !  ହେଲେ ଝିଅ ଟି ?  ସମାଜ ଆଖିରେ ନିନ୍ଦିତ ହୋଇଯାଇଥିବ ! ଆଗ ଘରର ଇଜ୍ଜତ ତା ଦାଣ୍ଡରେ ପଡ଼ିଯାଇଥିବା ନା ! ଜଣେ ନାରୀର ଲୁକ୍କାୟିତ ହୋଇ ରହିବାକୁ ଥିବା ଇଜ୍ଜତ ଦାଣ୍ଡ ହାଟରେ ନିଲାମ ହୋଇ ସାରିଥିବ ନା ! ସମାଜ ଆଖିରେ ବିଶ୍ୱାସ ତ ଅମ୍ମାନ ସହ ବଂଚିବାର ଆସ ଟିକକ ମାଟିରେ ମିଶିଯାଇଥିବା ନା ! 

ଏବେ ସେଭଳି ଦୁର୍ଭାଗ୍ୟଜନକ ଖବର ପଦାକୁ ଆସିଛି  ବାରିପଦାରେ, ଗୁରୁବାର ବିଳମ୍ବିତ ରାତିରେ ଏହି ପ୍ରକାରର ଏକ ଅଭିଯୋଗ ହୋଇଛି ବାରିପଦା ଟାଉନ ଥାନାରେ । ଏହି ଘଟଣାକୁ ନେଇ ଥାନାରେ କେଶ ନମ୍ବର ୩୦୪/୨୦୧୭ରେ  ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଗ୍ରାମର ଶମ୍ଭୁ ନାଥ ଘୋଷ ନାମକ ଏକ ଯୁବକ ସ୍ଥାନୀୟ ବିବି କଲେଜରେ ଅଧ୍ୟୟନ କରୁଥିବା ବେଳେ ଉକ୍ତ କଲେଜରେ ଅଧ୍ୟୟନ କରୁଥିବା ଜନୈକ ଯୁବତୀ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ମାତ୍ର ଯୁବକ ଶମ୍ଭୁ ଯୁବତୀ ସହିତ ବିଶ୍ୱାସଘାତକତା କରି ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ କୌଶଳରେ ରେକଡ଼ିଂ କରାଇ ନେଇଥିଲା । ପରବର୍ତ୍ତି  ସମୟରେ ଯୁବତୀ ସହିତ ଶମ୍ଭୁର ପ୍ରେମ ସମ୍ପର୍କରେ କୌଣସି କାରଣରୁ ଭଟ୍ଟା ପଡ଼ିଯାଇଥିଲା । ଏଥିରେ ଶମ୍ଭୁ କ୍ରୋଧାନ୍ୱିତ ଓ ପ୍ରତିଶୋଧ ପରାୟଣ ହୋଇ ସେହି ଅନ୍ତରଙ୍ଗ ସମୟର ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଇଥିଲା । ଏହି ଘଟଣା ପ୍ରଘଟ ହୋଇ ଯୁବତୀର ପରିବାରର ସଦସ୍ୟଙ୍କ କାନରେ କଥା ପହଁଞ୍ଚି ଥିଲା । ଏହି ଭିଡ଼ିଓ ଭାଇରାଲ ଘଟଣାକୁ ନେଇ ଯୁବତୀର ପରିବାର ପକ୍ଷରୁ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ଆସିବା ପରେ ଥାନା ପୁଲିସ ଆଜି ଅଭିଯୁକ୍ତ ଶମ୍ଭୁକୁ ସୋସିଆଲ ମିଡ଼ିଆରେ ଯୁବତୀର ଆପତ୍ତି ଜନକ ଭିଡ଼ିଓ ଅପଲୋଡ଼ କରାଇଥିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । 

0
0
0
s2sdefault