ହେଡଲାଇନସ୍:

ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁର : ମିଳିମିଳା ଓ ରୁବେଲା ଭଳି ଭାଇରସ ସଂକ୍ରମିତ ରୋଗକୁ ୨୦୨୦ ସୁଦ୍ଧା ସଂପୂର୍ଣ୍ଣ ବିଲୋପ ପାଇଁ ଅଭିଯାନ ଆରମ୍ଭ ହୋଇଚ୍ଥି ।  ଏଥିରେ ସମସ୍ତେ ସାମିଲ ହୋଇ ସହଯୋଗ କରିବାକୁ ଜିଲ୍ଲାପାଳ  ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଏହି ଦୁଇ ରୋଗର ସଂପୂର୍ଣ୍ଣ ନିରାକରଣ ପାଇଁ ଜିଲ୍ଲା  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ  ଶ୍ରୀ ଦାସ ସମସ୍ତଙ୍କ ସକ୍ରିୟ ସହଯୋଗରେ ଯେପରି ଆମେ ଦେଶରୁ ପୋଲିଓକୁ ସଂପୂର୍ଣ୍ଣ ଦୂରେଇ ଦେଇଛେ  ସେହିପରି ମିଳିମିଳା ଓ ରୁବେଲା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ ।  ନିଷ୍ପତ୍ତି ହେଲା ଯେ, ଏହି କାର୍ଯ୍ୟର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ,  ପୋଷ୍ଟର, ଲିଫଲେଟ  ଓ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ।  ସେହିପରି ରାଜ୍ୟ ସ୍ତରରେ ଟିଭିରେ ବିଜ୍ଞାପନ ଦିଆଯିବ ।  ସମସ୍ତ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ, ଯେଉଁ ମାନଙ୍କ ବୟସ ୯ ମାସରୁ ୧୫ ବର୍ଷ ମଧ୍ୟରେ ହୋଇଥିବ ଏହି ଟୀକା ସମସ୍ତଙ୍କୁ ଦିଆଯିବ ।  ଘରୋଇ ବିଦ୍ୟାଳୟ, ସ୍ୱତନ୍ତ୍ର ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଇତ୍ୟାଦିର ସମସ୍ତ ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ଏହି ଟୀକା ଦିଆଯିବ ।  କେହି ଯେମିତି ବାଦ୍ ନ ପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଲ  ପରାମର୍ଶ ଦେଇଥିଲେ ।  ବିଭିନ୍ନ ସ୍ୱେଚ୍ଚ୍ଥାସେବୀ ସଂଗଠନ, ରୋଟାରୀ ଓ ଲାୟନ୍ସ କ୍ଲବ , ବିଭିନ୍ନ ବିଭାଗ ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଥିଲେ  ।  ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲା  ମୁଖ୍ୟ ଚିକିତ୍ସାଧିକାରୀ  ଡା.  ରୁଦ୍ର ପ୍ରତାପ କର, ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ରୋଗର ନିରାକରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।  ବିସ୍ତୃତ ସୂଚନା ଦେଇ ୟୁନିସେଫ ର ରାଜ୍ୟ ପ୍ରତିନିଧି ଡା. ଦୀପକ କର ଦେଶରେ ୨୦୧୫ ରେ ୧୧୧୫ ମିଳିମିଳା ଓ ରୁବେଲରେ ୧୩୦ ଓ ଊଭୟରେ ୪୪ ଆକ୍ରାନ୍ତ ହୋଇଥିବା ବେଳେ ୨୦୧୬ ରେ ମିଳିମିଳାରେ ୭୮୦, ରୁବେଲରେ ୨୬୧ ଓ ଉଭୟରେ ୬୪ ଜଣ ଆକ୍ରାନ୍ତ ହୋଇଥିଲେ ।  ଚଳିତ ଅଭିଯାନ ୨୦୧୮ ମସିହା ଜାନୁୟାରୀ ୨୯ ତାରିଖ ଠାରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଶତକଡା ୯୫ ଭାଗ ସପଂଳତା ନ ମିଳିଲେ ଏହା ପୂନର୍ବାର ଆରମ୍ଭ କରାଯିବାର ନିୟମ ଥିବାରô ସମସ୍ତଙ୍କ ଉଦ୍ୟମରେ ଏହା ଯେପରି  ସପଂଳ ହୁଏ ତାହା ପାଇଁ ଉଦ୍ୟମ କରିବାକୁ ଡା. କର ଅନୁରୋଧ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଏ.ଡି.ଏମ୍.ଓ. ଡା. କାହ୍ନୁ ଚରଣ ନାୟକ, ସହକାରୀ ଜିଲ୍ଲାପାଳ କୁଳମଣି ନାୟକ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,  ଯାଜପୁର ରୋଡ ଲାୟନ୍ସ କ୍ଲବର ସଭାପତି ବନ୍ଦିତା ପରିଡା ଓ ପ୍ରପୁଂଲ ସାମଲ, ଜିଲ୍ଲା  ସମାଜ କଲ୍ୟାଣ ଅଧିକାରୀ ଅମିତା ମିଶ୍ର, ଯାଜପୁର ରୋଟାରୀ ପ୍ରାକ୍ତନ ସଭାପତି ଡା. ରାଜ କିଶୋର ପଣ୍ଡା, ଡି.ପି.ଏମ୍. ଚିନ୍ମୟ ବରାଳ, ଆଇ.ସି.ଏ. ଶୁଭ୍ରଜିତ୍ ପୃଷ୍ଟି ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

 

0
0
0
s2sdefault