ଭୁବନେଶ୍ୱର, ୧୯/୦୨/୨୦୨୬ : ଝାରଗୁସୁଡା ଜିଲ୍ଲାରେ ଥିବା ବିଭନ୍ନ ସରକାରୀ ପଦ ପଦବୀ ମଧ୍ୟରୁ ୨୨୫ଟି ପଦବୀ ଖାଲି ପଡିଛି । ଏଥି ମଧ୍ୟରେ ତୃତୀୟ ଶ୍ରେଣୀ ପାହ୍ୟାରେ ସର୍ବାଧିକ ୧୦୩ ପଦବୀ ଖାଲି ପଡିଥିବା ରାଜସ୍ୱ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଝାରସୁଗୁଡା ଜିଲ୍ଲାରେ ପଦ ପଦବୀ ଖାଲି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜିଲ୍ଲାପାଇଁ ପ୍ରଥମଶ୍ରେଣୀ ପାହ୍ୟାରେ ଥିବା ସମସ୍ତ ୨୨ ମଞ୍ଜୁରୀପ୍ରପା୍ତ ପଦବୀରେ ଅଧିକାରୀମାନେ ରହିଥିାବବେଳେ ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୯୬ଟି ପଦବୀ ମଧ୍ୟରୁ ୨୧ଟି ଖାଲି ପଡିଛି । ଖାଲି ପଡିଥିବା ପଦବୀ ମଧ୍ୟରେ ୨ଟି ସହକାରୀ ଜିଲ୍ଲାପାଳ, ୬ଟି ସେକ୍ସନଅଫିସର ଓ ୧୩ଟି ରାଜସ୍ୱ ନିରୀକ୍ଷକ ପଦବୀ ରହିଛି ।
ସେହିଭଳି ତୃତୀୟ ଶ୍ରେଣୀ ପାହ୍ୟାରେ ଥିବା ୨୬୮ଟି ପଦବୀ ମଧ୍ୟରୁ ୧୦୩ ଟି ଖାଲି ପଡିଛି । ଏଥି ମଧ୍ୟରେ ସର୍ବାଧିକ ୫୨ଟି ଜେଆରଏ ପଦବୀ ଥିବାବେଳେ ୨୦ଟି ସହକାରୀ ରାଜସ୍ୱ ନିରୀକ୍ଷକ ପଦବୀ ରହିଛି । ଚତୁର୍ଥ ଶ୍ରେଣୀ ପାହ୍ୟାରେ ଜିଲ୍ଲାରେ ୧୦୮ଟି ପଦବୀ ଥିବାବେଳେ ଏଥିରୁ ୧୦୧ଟି ଖାଲି ପଡିଛି । ୭୪ଟି ପିଅନ ପଦବୀରେ ମାତ୍ର ୫ଜଣ ଥିବାବେଳେ ୧୩ଟି ଜଗୁଆଳି-ଝାଡୁଦାର ପଦବୀରେ ମାତ୍ର ୨ଜଣ ଅଛନ୍ତି । ଚେନ୍ମ୍ୟାନ, ପ୍ରୋସେସ ସର୍ଭେୟର ଆଦି ସମସ୍ତ ପଦବୀ ଖାଲି ପଡିଛି ।
ରାଜ୍ୟ
ଝାରସୁଗୁଡାରେ ବିଭିନ୍ନ ବର୍ଗରେ ୨୨୫ ପଦବୀ ଖାଲି ପଡିଛି
- Hits: 5








