ଶିରିଡି ସାଇ ମନ୍ଦିରର ପ୍ରତିଷ୍ଠା କାର୍ଯକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: : ମାଲକାନଗିରି ଜିଲା ସଦର ମହକୁମାରେ ପ୍ରଥମ ଶିରିଡି ସାଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯକ୍ରମ ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ସାମିଲ ହୋଇଛନ୍ତି । ସ୍ଥାନୀୟ ପାତ୍ରଗୁଡାରେ ନିର୍ମାଣ ହୋଇଥିବା ଏହି ମନ୍ଦିରରେ ସାଇ ବାବାଙ୍କ ବିଗ୍ରହ ସମେତ ଗଣେଶ ଓ ଦତ୍ତାତ୍ରେୟଙ୍କ ବିଗ୍ରହ ମଧ୍ୟ ପ୍ରତିଷ୍ଠା ପାଇବେ । ମାଲକାନଗିରି ଶିରିଡି ସାଇ ସେବା ସମିତି ପକ୍ଷରୁ ପ୍ରତିଷ୍ଠା କାର୍ଯକ୍ରମ ଆୟୋଜନ ହୋଇଥିବା ବେଳେ ଗଞ୍ଜାମ ଜିଲା ଚିକିଟି ଗ୍ରାମରୁ ପୁରହିତ ମାନଙ୍କ ଦ୍ବାରା ପୂଜାବିଧି ଅନୁଷ୍ଠିତ ଜାରି ରହିଛି ।

ଆଜିର ପ୍ରଥମ ଦିନର କାର୍ଯକ୍ରମରେ କଳଶ ଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସାମିଲ ହୋଇଥିଲେ ଶତାଧିକ ମହିଳା ଭକ୍ତ । ଏହାପରେ ଅଙ୍କୁରା ରପୋନ ଓ ବିଧିବଦ୍ଧ ପୂଜନୀତି ଆରମ୍ଭ ହୋଇଥିଲା । ଆସନ୍ତା ଗୁରୁବାର ଦିନ ଦେବତା ମାନଙ୍କ ପ୍ରାଣ ପ୍ରତିଷ୍ଠା ତଥା ଯଜ୍ଞ ଅନୁଷ୍ଠିତ ହେବାର କାର୍ଯକ୍ରମ ରହିଛି । ସେହିପରି ଶେଷ ଦିନ ଅର୍ଥାତ ଶୁକ୍ରବାର ଦିନ ଅପରାହ୍ନରେ ପ୍ରସାଦ ସେବନ ଓ ସନ୍ଧ୍ୟାରେ ଭଜନ ସୋମାରହ ଆୟୋଜନ ହେବ ବୋଲି ସେବା ସମିତିର ସଭାପତି ଶଶାଙ୍କ ମିଶ୍ର ସୂଚନା ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଭକ୍ତ ବୃନ୍ଦଙ୍କ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା, ପାର୍କିଂ, ପ୍ରସାଦ ସେବନର ସୁବ୍ଯବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

0
0
0
s2sdefault