ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ବେଟୀ ବଚାଓ ବେଟୀ ପଢାଓ ଓ ସାଇବର୍ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସମନ୍ୱିତ ଶିଶୁ ବିକାଶ ଅଧିକାରି ନଳିନୀ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିଶୁ ବିଦ୍ୟା ଭବନ ପ୍ରଧାନ ଆଚାର୍ଯ୍ୟ,ଏଲ୍.ଏଚ୍.ଭି,ବିଏଫ୍ଓ, ଆଇନଜୀବୀ ପ୍ରମୁଖ ଉପସ୍ଥିତ ରହି ଝିଅ ମାନଙ୍କ ସୁରକ୍ଷା ସହିତ ସମାଜରେ ସେମାନଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତ୍ୟେକ ଝିଅକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ I ଏହା ସହିତ ସାଇବର୍ ଠକେଇ ପ୍ରତି ସାବଧାନ ରହି ନିଜ ପରିବାର ସଦସ୍ୟଙ୍କୁ ସାଇବର୍ ଠକେଇରୁ ସୁରକ୍ଷା ଦେବାରେ ସେମାନଙ୍କୁ ସଚେତନ କାରିବାର ଆବଶ୍ୟକ ରହିଛି ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ବିଜୟ ଲକ୍ଷ୍ମୀ ଗୌଡ଼, ଝୁନୁଲତା ସ୍ୱାଇଁ, ସଞ୍ଜୁକ୍ତା ଦାସ୍, ପ୍ରଶାନ୍ତ ତ୍ରୀପାଠି,ପ୍ରଭାସିନୀ ସାହୁଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, କିଶୋରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
ରାଜ୍ୟ
ବେଟୀ ବଚାଓ ବେଟୀ ପଢାଓ ଓ ସାଇବର୍ ସୁରକ୍ଷା କାର୍ଯ୍ୟକ୍ରମ
- Hits: 30








