ଭୁବନେଶ୍ୱର, ୧୯/୦୨/୨୦୨୬: ରାଜ୍ୟ ସରକାର ଜମିକୁ ଭାଗ (ପାର୍ଟ ଫାଇଲ୍) କରି ବିକ୍ରି ଲାଗି ଅନୁମତି ଦେବାପରେ ସମଗ୍ର ରାଜ୍ୟରେ ଲୋକେ ଆବଶ୍ୟକତା ମୁତାବକ ନିଜ ନିଜ ଜମିକୁ ଭାଗ କରି ବିକ୍ରି କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଏଭଳି ଭାଗ ଜମି ସର୍ବାଧିକ ୧୧ ହଜାରରୁ ଅଧିକ ପଞ୍ଜିକୃତ ହୋଇ ସାରିଲାଣି ।
ଜମି ଭାଗ କରି ବିକ୍ରି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଲୋକେ ନିଜର ଜମିକୁ ଭାଗ କରି ବିକ୍ରି କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିକୁ ଗତ ବର୍ଷ ଜୁନ୍ ମାସରେ ସରଳୀକରଣ କରାଯାଇଥିଲା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏ ନେଇ ଗତବର୍ଷ ଅକ୍ଟୋବର ମାସରେ ବିସ୍ତୃତ ନିଦେ୍ର୍ଧଶନାମା ଜାରି କରିଥିଲେ । ଏହାକୁ ପାଳନ କରିବାପାଇଁ ସମସ୍ତ ପଞ୍ଜିକରଣ ଅଧିକାରୀଙ୍କ ସ୍ପଷ୍ଟିକରଣ ପ୍ରଦାନ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଏହି ନିୟମ ବଳରେ ସମଗ୍ର ରାଜ୍ୟରେ ପାର୍ଟ ଫାଇଲ୍ ପଞ୍ଜିକରଣ ଚାଲିଥିବାବେଳେ ଗଞ୍ଜାମରେ ସର୍ବାଧିକ ୧୧ହଜାର ପଞ୍ଜିକରଣ ହୋଇଛି । କଟକ ଓ ଖୋରଧା ଜିଲ୍ଲାରେ ୫ହଜାରରୁ ଅଧିକ କରି ଏଭଳି ପଞ୍ଜିକରଣ ହୋଇଥିବାବେଳେ ଯାଜପୁର ଓ ପୁରୀ ଜିଲ୍ଲାରେ ୩ହଜାରରୁ ଅଧିକ କରି ପଞ୍ଜିକରଣ ହୋଇଛି । ବାଲେଶ୍ୱରରେ ଏଭଳି ପଞ୍ଜିକରଣ ସଂଖ୍ୟା ୨୮୫୭, ଭଦ୍ରକରେ ୨୫୭୭, କେନ୍ଦ୍ରାପଡାରେ ୨୩୪୮ ହୋଇଥିବାବେଳେ ମୟୁରଭଞ୍ଜରେ ଏହା ୧୩୬୫ ରହିଛି । ସବୁଠାରୁ ମାତ୍ର ୨ଟି ପଞ୍ଜିକରଣ ଦେବଗଡ ଜିଲ୍ଲାରେ ହୋଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।
ରାଜ୍ୟ
ପାର୍ଟ ଫାଇଲ୍ ଜମି ପଞ୍ଜିକରଣରେ ଗଞ୍ଜାମ ଆଗରେ
- Hits: 6








