ରାଜଧାନୀରେ ୧୫ଲକ୍ଷରୁ ଅଧିକ ଯାନବାହାନ ପଞ୍ଜିକୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୯/୦୨/୨୦୨୬ : ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଆଞ୍ଚଳିକ କାର୍ଯ୍ୟାଳୟ ଥିବାବେଳେ ଏଠାରେ ମୋଟ୍‍ ୧୫,୨୦,୩୪୬ ଗୋଟି ବିଭିନ୍ନ କିସମର ଯାନବାହାନ ପଞ୍ଜିକୃତ ହୋଇଛି । ଏହାଛଡା ଅନ୍ୟ ରାଜ୍ୟ ଓ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଯାନବାହାନ ମଧ୍ୟ ଏଠାରେ ଚଳାଚଳ କରୁଛି ।
ରାଜଧାନୀର ଚଳାଚଳ କରୁଥିବା ଯାନବାହାନ ଓ ଏଗୁଡିକୁ ରଖିବାପାଇଁ ସ୍ଥାନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜଧାନୀରେ ପଞ୍ଜିକୃତ ୧୫ଲକ୍ଷରୁ ଅଧିକ ଯାନବାହାନ ସହିତ ଅନ୍ୟ ରାଜ୍ୟ ଓ ଜିଲ୍ଲାରେ ପଞ୍ଜିକୃତ ଯାନ ବାହାନ ଏଠାରେ ଚଳାଚଳ କରୁଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ପାର୍କିଂ ସ୍ଥଳ ନିର୍ମାଣ କରୁଛନ୍ତି ।

0
0
0
s2sdefault