ହେଡଲାଇନସ୍:

ନଭେମ୍ୱର  ୩୦ ପର୍ଯ୍ୟନ୍ତ ଚାଲିବ ଭୋଟର ତାଲିକା ସଂଶୋଧନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁର/ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ : ଯାଜପୁର ଜିଲ୍ଲାର  ସମସ୍ତ ୧୬୪୯ ଟି ମତଦାନ କେନ୍ଦ୍ରରେ ନଭେମ୍ୱର ୧୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭୋଟର ତାଲିକା  ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ ।  ତେଣୁ ପ୍ରତ୍ୟେକ ଯୋଗ୍ୟ ଭୋଟର ମାନେ ସେମାନଙ୍କ ଭୋଟର ତାଲିକାରେ ନାମ ପଞ୍ଜିକରଣ, ସଂଶୋଧନ ଓ ସ୍ଥାନାନ୍ତର ସଂପର୍କିତ ତଥ୍ୟ ପ୍ରଦାନ ପାଇଁ  ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଆହ୍ୱାନ ଦେଇଚ୍ଥନ୍ତି ।   ଶୁକ୍ରବାର ପୂର୍ବାହ୍ନରେ  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧି  ମାନଙ୍କୁ ନେଇ  ଭୋଟର ତାଲିକା ସଂଶୋଧନ ସଂପର୍କିତ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ଶ୍ରୀ ଧଳ   କେବଳ ଭୋଟଦାନ ପାଇଁ  ନୁହେଁ ବରଂ  ବର୍ତ୍ତମାନ ସମସ୍ତ କାର୍ଯ୍ୟରେ ଭୋଟର ପରିଚୟ ପତ୍ରର ବ୍ୟାପକ ବ୍ୟବହାର ହେଉଥିବାରୁ  ପ୍ରତ୍ୟେକ ୧୮ ବର୍ଷରୁ ଉର୍ଧ୍ଵ ବ୍ୟକ୍ତି  ଭୋଟର ପରିଚୟ ପତ୍ର ପ୍ରସ୍ତୁତ କରାଇ ନେବା ଆବଶ୍ୟକ ।   ବିଭିିନ୍ନ ରାଜନୈତିକ ଦଳ ପକ୍ଷରୁ  ବୁଥ୍ ସ୍ତରୀୟ ଏଜେଣ୍ଟ ବ୍ୟବସ୍ଥାକୁ  ଦଳମାନେ କାର୍ଯ୍ୟକାରୀ କଲେ ଏହା  ଭୋଟର ତାଲିକାକୁ ଅଧିକ ସ୍ୱଚ୍ଚ୍ଥ ଓ ତ୍ୱରାନ୍ୱିତ କରିପାରିବ ବୋଲି କହିଥିଲେ ।  ବିସ୍ତୃତ ସୂଚନା ଦେଇ ଡେପୁଟୀ କଲେକ୍ଟର ଇନ୍ଦିରା ବେହେରା ନଭେମ୍ୱର ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବି.ଏଲ୍.ଓ. ଙ୍କ ମାଧ୍ୟମରେ କରାଯିବ ବୋଲି କହିଥିଲେ ।  ତା ୧ା୧ା୧୮  ରିଖକୁ  ଯୋଗ୍ୟତା ତାରିଖ ଧାରାଯାଇ ସେହି ତାରିଖକୁ ଯେଉଁ ମାନଙ୍କୁ ୧୮ ବର୍ଷ  ବା ତଦୁର୍ଦ୍ଧ ହୋଇଥିବ ସେମାନେ ୬ ନମ୍ୱର ପଂର୍ମ ମାଧ୍ୟମରେ ନିଜର ପଂଟୋ ଜନ୍ମ ପ୍ରମାଣ ପତ୍ର ଦେଇ ବୁଥ ସ୍ତରୀୟ ଅଧିକାରୀଙ୍କୁ  ପ୍ରଦାନ କରିପାରିବେ ।  ସେହିପରି ମୃତ, ବିବାହ  ଓ ସ୍ଥାନାନ୍ତର ପାଇଁ ପଂର୍ମ ନମ୍ୱର ୭ ମାଧ୍ୟମରେ  ବାଦ, ପଂର୍ମ ନମ୍ୱର ୮ ମାଧ୍ୟମରେ ନାମ, ବୟସ, ଲିଙ୍ଗ ସଂପର୍କ ଇତ୍ୟାଦିର ସଂଶୋଧନ ଓ ପଂର୍ମ ନମ୍ୱର ୮ ‘କ‘ ମାଧ୍ୟମରେ ସ୍ଥାନ ପରିବର୍ତ୍ତନ ପାଇଁ  ଆବେଦନ କରିପାରିବେ ।  ବି.ଏଲ୍.ଓ. ମାନେ ଘରକୁ ଘର ବୁଲି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ।  ନଭେମ୍ୱର ୧୯, ୨୩. ୨୬ ଓ ୨୮ ତାରିଖକୁ   ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଦିବସ ବା ସ୍ପେଶାଲ କ୍ୟାମ୍ପେନ୍ ତାରିଖ ଭାବେ କାର୍ଯ୍ୟ କରାଯିବ । ଏହି ଦିନ ମାନଙ୍କରେ ସମସ୍ତ ବୁଥରେ ମାନେ ରହି ଆବେଦନ ପତ୍ର ଗ୍ରହଣ କରିବେ ।  ସଂଶୋଧନ ଓ ବିଭିନ୍ନ ଆବେଦନର ଦାବି ଓ ସଂଶୋଧନ ପ୍ରକ୍ରିୟା ଡିସେମ୍ୱର ୧୬ ତାରିଖ ସୁଦ୍ଧା  ସମାପନ ହେବ ।  ନୂଆ ଭୋଟର ତାଲିକାର ପ୍ରଦର୍ଶନ ୨୦୧୮ ଜାନୁୟାରୀ  ୧୫ ତାରିଖରେ ସମସ୍ତ ବୁଥରେ କରାଯିବ ବୋଲି  ଶ୍ରୀମତୀ ବେହେରା ସୂଚନା ଦେଇଥିଲେ । ପ୍ରାରମ୍ଭରେ   ଅନ୍ୟ ମାନଙ୍କ ମଧ୍ୟରେ  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ  କୁମାର ସେଠୀ, ନିର୍ବାଚନ ବିଭାଗର ମୁଖ୍ୟ କିରାଣୀ ଅଲେଖ ପ୍ରସାଦ ମହାରଣା, କର୍ମଚାରୀ ହରିଶ ହାଇବ୍ରୁ, ପଦ୍ମନାଭ ଦାଶ, ପ୍ରସନ୍ନ ସାହୁ, ସୁବାଷ ପଣ୍ଡା ବିଭିନ୍ନ ରାଜନୈତିକ ଦଳର  ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ   କରିଥିଲେ । 

 

0
0
0
s2sdefault