ହେଡଲାଇନସ୍:

ସମାରୀ ତାଙ୍ଗୁଲ ବିଜେଡିର ଜିଲା ମହିଳା ସଭାନେତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରୁ ସୁରେନ୍ଦ୍ର କୁମାର ବେମାଳ : ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ମାଲକାନଗିରି ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବିଜେଡିର ମାଲକାନଗିରି ଜିଲା ମହିଳା ସଭାନେତ୍ରୀ ଭାବେ ଜିଲା ପରିଷଦ ଅଧ୍ଯକ୍ଷା ସମାରୀ ତାଙ୍ଗୁଲ ମନୋନୀତ ହୋଇଛନ୍ତି। ସେହିପରି ସାଧାରଣ ସମ୍ପାଦିକା ଭାବେ ପୌର ପରିଷଦ ଉପାଧ୍ଯକ୍ଷା କବିତା ମହନ୍ତ, ଜୋନାଲ ସଭାନେତ୍ରୀ ଭାବେ ନବୀନା ନାୟକ ଓ ଲତା ରାୟ ମନୋନୀତ ହୋଇଛନ୍ତି। ତେବେ ଏହି ନିଯୁକ୍ତି ଦ୍ବାରା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ପରିଷଦ ନିର୍ବାଚନ ନିମନ୍ତେ ଦଳକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକଟ କରାଯାଇଛି।

0
0
0
s2sdefault