ହେଡଲାଇନସ୍:

କଳାହାଣ୍ଡି ରେ ୟୁ ଜି ସି ବିଲ ସପକ୍ଷରେ ମୂଳନୀବାସୀ ବହୁଜନ ସମାଜର ରେଲି ଓ ସାଧାରଣ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା ୧୭/୦୨:- ଆଜି ଭବାନୀପାଟଣା ଠାରେ କେନ୍ଦ୍ର ସରକାରଙ୍କ ୟୁଜିସି ବିଲ ସପକ୍ଷରେ କଳାହାଣ୍ଡି ମୂଳନୀବାସୀ ବହୁଜନ ସମାଜର ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ତରଫରୁ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ଦିଆଯାଇଥିଲା। ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତିଗତ ଭେଦଭାବ ଆଜିବି ରହିଛି। ପରିଣାମ ସ୍ୱରୂପ ଶିକ୍ଷ୍ୟାନୁଷ୍ଠାନ ମାନଙ୍କରେ ଅନେକ ଦଳିତ-ଆଦିବାସୀ ଛାତ୍ର ଛାତ୍ରୀ ଜୀବନ ହାରିବାର ଉଦାହରଣ ଆଜିବି ଦେଖା ଯାଉଛି। ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ କ୍ରମେ କେନ୍ଦ୍ର ସରକାର ଏହି ବିଲ ଅଣିଥିବାରୁ ଏହି ବିଲ ଉପରେ ସୁପ୍ରିମ କୋର୍ଟ ରୋକ ଲଗେଇବା ବହୁଜନ ସମାଜକୁ କ୍ଷୁବ୍ଦ କରିଛି। ତେଣୁ ମାନ୍ୟବର ସୁପ୍ରିମ କୋର୍ଟ ଏହି ରୋକ ହଟାଇବା ସହିତ କେନ୍ଦ୍ର ସରକାର ଏହି ଆଇନ କୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଆଜି ସଭାରେ ଵକ୍ତା ମାନେ ଦାବୀ କରିଥିଲେ. ବିଲରେ ସବୁ ବର୍ଗର ଛାତ୍ର ଛାତ୍ରୀ ପାଇଁ ସୁରକ୍ଷା ବିଷୟରେ କହିଥିବା ବେଳେ ଏହାର ମୂଳ ଉଦ୍ଦେଶ୍ୟ କୁ ନ ବୁଝି ଷଡଯନ୍ତ୍ର କରି ଉଚ୍ଚ ବର୍ଗର ଲୋକ ମାନେ ଏହି ବିଲ କୁ ବିରୋଧ କରିବା ଗଣତନ୍ତ୍ର ବିରୋଧୀ ବୋଲି ବକ୍ତା ମାନେ ମତ ଦେଇଥିଲେ। ସରକାର ସପକ୍ଷରେ ଆମେ ଅଛୁ।ତେଣୁ ଏହାକୁ ଶୀଘ୍ର ଲାଗୁ କର, ନ ହେଲେ ଏହାର ବିରୋଧ କୁ ଆଗାମୀ ଦିନରେ ବରଦାସ୍ତ କରାଯିବ ନାହିଁ ବୋଲି ଵକ୍ତା ମାନେ କହିଥିଲେ।
ଆନ୍ଦୋଳନକାରି ମାନେ ମହିଳା ମହାବିଦ୍ୟାଳୟ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଏକ ରେଲି ରେ ଆସି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ସାଧାରଣ ସଭା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଓବିଶି ରାଜ୍ୟ ସଭାପତି ଶଙ୍କର ପାତ୍ର। ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ରାଜ୍ୟ ଉପ ସଭାପତି ପ୍ରଦେଶୀ ବିଶ୍ୱାଳ, ଲିଙ୍ଗରାଜ ଆଜାଦ,କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ,ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ,ସିପିଆଇ ର ରାଜ୍ୟ ସମ୍ପାଦକ ଦାମୋଦର ବେହେରା, ଭୀମ ଆର୍ମି ରାଜ୍ୟ ସଭାପତି ଲଙ୍କେଶ ରାବଣ, ଉପ ସଭାପତି ଅନିଲ ମଲ୍ଲିକ. AOSCF ଜିଲ୍ଲା ସଭାପତି ଦିଗାମ୍ବର ଲୁହା, ମହାସଚିବ ଯତୀନ୍ଦ୍ର କର. Api ର ରାଜ୍ୟ ସଂଯୋଜକ ଛବିଲାଲ ନିଆଲ, ବିଏମପି ର ରାଜ୍ୟ ସଭାପତି ମାଧବ ସୁନାନୀ, ଏଓ ଏସ ସି ଏଫ ର ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ କମଳିନୀ ଯାଦବ,ବିଏସପି ଜିଲ୍ଲା ସଭାପତି ସୋମନାଥ ନାଏକ, ସମ୍ପାଦକ ସୁକାନ୍ତ ନାଏକ, ଭୀମ ଆର୍ମି ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ. ଆଦିବାସୀ ସଂଘ ଉପ ସଭାପତି ହୃଦାନନ୍ଦ ମାଝୀ. ଜଗଦୀଶ ଯାଦବ, ଡାକେଶ୍ୱର ଲହଜଲ, ଜାଗଜୀବନ କୁମାର, ବୃନ୍ଦାବନ ନାଏକ, ବ୍ରାସ ର ସୁରେଶ ମହାନନ୍ଦ, ଗୋଲାମୁଣ୍ଡା ର ମୁନିଆ ସିପକା, ରାମକୁମାର ସେନାପତି, କୋକସରା ର ଧବଳେଶ୍ୱର ନାଗ, କୌଶିକ ଦୁରିଆ, କଲମପୁର ବ୍ଲକର ରଶ୍ମି ସୁନା ଓ ବେଣୁଧର ଦୁର୍ଗା, ଧର୍ମଗଡ଼ ର ଯଶୋବନ୍ତ ପାଣିଗ୍ରାହୀ, କାମେଶ ନାଗ, ଜୁନାଗଡ଼ ରୁ ରାଜାରାମ ଡୁଙ୍ଗରି, ଅଭିଜିତ କର, କେସିଙ୍ଗା ରୁ ତ୍ରିନାଥ ନାଏକ, ଲୋକନାଥ ନାଏକ, ଦୁଖୀ କୁମାର, ଯୁଧିଷ୍ଠିର ଭଗତ, ନର୍ଲା ରୁ ଦୀପ, ରାମପୁର ରୁ ଚମାର ବଗର୍ତ୍ତୀ, ଭବାନୀପାଟଣା ରୁ ସଞ୍ଜୟ ସୁନା, ଲାଞ୍ଜିଗଡ ରୁ ମଧ୍ୟ ଅନେକ ଲୋକ ଉପସ୍ଥିତ ଥିଲେ. ଏହାଭିନ୍ନ ତେଜରାଜ ବେହେରା, ବଳରାମ ଦୁର୍ଗା ଶ୍ରୀକାନ୍ତ ଛତ୍ରିଆ, ସୁନୀଲ ବିଶି, ପ୍ରମୋଦ ହଂସ, ଆଦିତ୍ୟ ହଂସ, କ୍ଷିରସିନ୍ଧୁ ବୋଡ଼କିଆ, ଜୟପ୍ରକାଶ ଜାଲ, ଡମ୍ବରୁ କରୁଆ, ଚକ୍ର ନାଏକ. ଆଦି ଶହ ଶହ ସମ୍ବିଧାନ ପ୍ରେମୀ ଯୋଗ ଦେଇଥିଲେ।

0
0
0
s2sdefault