ହେଡଲାଇନସ୍:

କାଲିମେଳା ଦୈନିକ ବଜାରରେ ଶୌଚାଳୟ ନିର୍ମାଣ ଦାବୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି ଜିଲ୍ଲା କାଲିମେଳା ମୁଖ୍ୟ ଦୈନିକ ବଜାରରେ ଶୌଚାଳୟ ନିର୍ମାଣ ଦାବୀ । ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା କାଲିମେଳା ବ୍ଲକ ର ମୁଖ୍ୟ ଦୈନିକ ବଜାରରେ ନାହିଁ ଶୌଚାଳୟ ବ୍ୟବସ୍ଥା । ଏହି ଦୈନିକ ବଜାରରେ ପ୍ରତିଦିନ ଶତାଧିକ ଲୋକଙ୍କ ଗହଳି ଲାଗୁଥିବା ବେଳେ ଏଠାରେ ଶୌଚାଳୟ ନ ଥିବାରୁ ଅନେକ ସମୟରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଶୌଚାଳୟ ନଥିବାରୁ ରାସ୍ତା କଡ଼ରେ ପରିସ୍ରା କରୁଛନ୍ତି ଲୋକେ । ସରକାରୀ କାନ୍ଥ ବାଡ଼ରେ ଲେଖା ଯାଉଛି ଏଠାରେ ପରିସ୍ରା କରିବା ମନା । ହେଲେ କେଉଁଠି ପରିସ୍ରା କରିବେ ସେ ବ୍ୟବସ୍ଥା ପ୍ରତି କାହାରି ନଜର ନାହିଁ ବୋଲି କୁହାଯାଉଛି । ସେପଟେ ସହର ସ୍ଵଚ୍ଛ ରହିବ, ଲୋକେ ଶୌଚାଳୟ ସୁବିଧା ପାଇବେ । ସେହି ଲକ୍ଷ୍ୟରେ କାଲିମେଳା ପ୍ରଶାସନ ତରଫରୁ ବଜାରର ମୁଖ୍ୟ ରାସ୍ତା କଡ଼ରେ କରାଯାଇଥିଲା ଶୌଚାଳୟ ନିର୍ମାଣ । ତାହା ଭଙ୍ଗାରୁଜା ଅବସ୍ଥାରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ବେଳେ ବଜାରକୁ ଆସୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ମହିଳା ମାନଙ୍କ ଅସୁବିଧା କହିଲେ ନସରେ । ବର୍ତ୍ତମାନ ସମୟରେ କାଲିମେଳାର ବିକାଶ ଦୃତ ଗତିରେ ହେଉଥିବା ବେଳେ ଆଗକୁ ଦୈନିକ ବଜାର ସମେତ ସହରର ପ୍ରତି ରାସ୍ତା କଡ଼ରେ ଶୌଚାଳୟ ନିର୍ମାଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି ।

0
0
0
s2sdefault