ହେଡଲାଇନସ୍:

ସୋଆ ଆଇବିସିଏସ୍ ପକ୍ଷରୁ “କେନ୍ଦ୍ର ବଜେଟ୍ -୨୦୨୬” ଉପରେ ଏକ ସ୍ୱତନ୍ତ୍ର ସେମିନାର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଫେବୃଆରୀ ୧୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଫେବୃଆରୀ ୨ ତାରିଖରେ ‘କେନ୍ଦ୍ର ବଜେଟ୍ -୨୦୨୬’ ଉପରେ ଏକ ସ୍ୱତନ୍ତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ପ୍ରମୁଖ ପରାମର୍ଶଦାତା ତଥା ମୁଖ୍ୟ ଅର୍ଥନୀତିଜ୍ଞ ଶ୍ରୀ ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।
ସେହିପରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦାସରଥୀ ମିଶ୍ର ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଡିଜିଏମ୍ ଶ୍ରୀ ଦେବରାଜ ମିଶ୍ର ବକ୍ତା ଭାବେ ଯୋଗ ଦେଇ ବଜେଟ୍ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ଆଇବିସିଏସର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ମନୋରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସେମିନାରରେ ଡକ୍ଟର ମନୋଜ କୁମାର ସାହୁ ଏବଂ ଶ୍ରୀ ଜ୍ୟୋତିରଂଜନ ଜେନାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ ଡାଇନାମିକସ୍ ଅଫ୍ ମୁ୍ୟଚୁ୍ୟଆଲ୍ ଫଣ୍ଡ’ ଶୀର୍ଷକ ପୁସ୍ତକକୁ ଉନ୍ମୋଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସୋସିଏଟ୍ ପ୍ରଫେସର (ଡ) ଅନିତା ସାହୁ ସଂଯୋଜିକା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ଡକ୍ଟର ରାମକୃଷ୍ଣ ମିଶ୍ର ଏବଂ ଡକ୍ଟର ପଲ୍ଲବୀ ମିଶ୍ର ପରିଚାଳନା କରିଥିଲେ ।

0
0
0
s2sdefault