ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆନ୍ଦୋଳା ଗ୍ରାମ ପଞ୍ଚାୟତ ରେ ଭଗବାନପୁର ଠାରେ ଭଗବାନପୁର ୟୁଥ୍ କ୍ଳବ୍ ପକ୍ଷ ରୁ ଅହୋରାତ୍ର କ୍ରିକେଟ୍ ଖେଳ ଆୟୋଜିତ ହୋଇ ଯାଇଛି। ଏହି ଖେଳ ରେ ମୋଟ ଷୋଳ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଖେଳ କୁ ଅତିଥି ଭାବେ ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ, ଯୁବ ନେତା ଜଗବନ୍ଧୁ ଖିଲାର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଅନୁଷ୍ଠିତ ଏହି ଅହୋରାତ୍ର କ୍ରିକେଟ୍ ଖେଳ ରେ ବିଜୟୀ ଟିମ୍ ଖରା ଖାଇ କ୍ରିକେଟ୍ କ୍ଳବ୍ ମାଣିକ ପୁର କୁ କୋଡ଼ିଏ ହଜାର ଟଙ୍କା ଟ୍ରଫି ଓ ରନସ ଅଫ ଟିମ୍ ଭୋଳା ଇଲେଭେନ୍ ସୋରୋ କୁ ପନ୍ଦର ହଜାର ଟଙ୍କା ଟ୍ରଫି ସମାଜ ସେବୀ ମଞ୍ଜୁଲତା ବଳ ଓ କ୍ଳବ୍ ର ସଭାପତି ସମ୍ପାଦକ ପ୍ରଦାନ କରିଥିଲେ। ଖେଳ କୁ ଅମ୍ପାୟର ଭାବ ରେ ବିଶ୍ୱଜିତ୍ ବାରିକ୍, ସଞ୍ଜୟ ବିଶ୍ବାଳ ପରିଚାଳନା କରିଥିଲେ। ଧାରା ବିବରଣୀ ସତ୍ୟବାନ ବିଶ୍ବାଳ, ଦେବାଶିଷ ମିଶ୍ର ପ୍ରଦାନ କରିଥିଲେ। ୟୁଥ୍ କ୍ଳବ୍ ର ବିଶ୍ୱଜିତ୍ ସାହୁ, ଉମାକାନ୍ତ ସାହୁ, ପ୍ରକାସ ମଲିକ, ଅବିନାଶ ଜେନା, ରୀଙ୍କୁ ଜେନା, ସତ୍ୟବ୍ରତ ମିଶ୍ର, ସୁବ୍ରତ ନାୟକ, ବିଶ୍ଵନାଥ ଭୋଇ, ଜିତେନ୍ଦ୍ର ସ୍ୱାଇଁ, ଆଶୋକ ଦାସ ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଛନ୍ତି।








