ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଏସ ଏମ ସି ସଭାନେତ୍ରୀ ରୋଜିତା ଗୌଡ଼ ଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି!ମୁନିଗାଡ଼ି ସରପଞ୍ଚ ସବିତା ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ! ସମିତିସଭ୍ୟା ନମିତା ବିଷୋୟୀ ଓ ସମାଜସେବୀ ଅନ୍ତର୍ଯ୍ୟାମୀ ବିଷୋୟୀ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଥିବା ପିଲାଙ୍କୁ ପୁରସ୍କାର କରିଥିଲେ ଓ ଭବିଷ୍ୟତ ରେ ଭଲ ପ୍ରଦର୍ଶନ କରି କୀର୍ତି ଅର୍ଜନ କରିବା ପାଇଁ ଉପଦେଶ ଦେଇଥିଲେ! ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଦିବାକର ପଲ୍ଲାଇ ଓ ମୁଖ୍ୟ ବକ୍ତା ରୂପେ କାଳିଚରଣ ଗୌଡ଼ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସିଂହମର୍ଦନ ଓ ଧନପୁଂଜା ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସି ଆର ସି ସି ବାଳକୃଷ୍ଣ ସାବତ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଖେଳ କୁଦ, ନାଚ, ଗୀତ ଓ ସଂlସୃତିକ କାର୍ଯ୍ୟକ୍ରମ ରେ କୃତି ତ୍ବ ଗ୍ରହଣ କରିଥିବା ପିଲାଙ୍କୁ ପୁରସ୍କାର ବଣ୍ଟନ କରି ଉତ୍ସାହିତ କରିଥିଲେ! ବାଙ୍ଗରଡ଼ା ପ୍ରଧାନ ଶିକ୍ଷକ ଜୟରାମ ବେହେରା ଛାତ୍ର ଛାତ୍ରୀ ଙ୍କୁ ଅନେକ ଶିକ୍ଷଣୀୟ ଉପଦେଶ ଦେଇଥିଲେ l !ନାୟବ ସରପଞ୍ଚ ଲଷ୍ମୀ ପ୍ରଧାନ ଓ ଗ୍ରାମ୍ୟ ଯୁବକ ସମାଜ ସଭାପତି ସଞ୍ଜୟ ପ୍ରଧାନ ଅତିଥି ରୂପେ ଯୋଗ ଦେଇଥିଲେ!ପୂର୍ବତନ ସରପଞ୍ଚ କାଁହୁ ଚରଣ ଦଳବେହେରା, କାଁହୁ ଚରଣ ସ୍ୱାଇଁ ଆମ ଅନୁଷ୍ଠାନର ଏ ବର୍ଷର ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରୀ ଅଙ୍କିତା ଡାକୁଆ ଅଷ୍ଟମ ଶ୍ରେଣୀ ଛାତ୍ରୀ ଙ୍କୁ 1100ଟଙ୍କା ଚେକ ମାଧ୍ୟ୍ୟମରେ ସରପଞ୍ଚ ସବିତା ସ୍ୱାଇଁ ଙ୍କ ଜରିଆରେ ରେ ପ୍ରଦାନ କରିଥିଲେ ! ପ୍ରଧାନ ଶିକ୍ଷୟତ୍ରୀ ଏବିବରଣୀ ପଠନ କରିଥିଲେ l ଛାତ୍ର ଛାତ୍ରୀ ଙ୍କୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଉପରେ ଅଭିଭାବକ ମାନଙ୍କୁ ସଚେତନ କରାଇ କରାଇଥିଲେ l ଶିକ୍ଷକ ପ୍ରଭାକର ବିଷୋୟୀ ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ,!ଗୀତାଞ୍ଜଳି ଦାସ ଓ ଯାଜ୍ଞସେନୀ ପ୍ରଧାନ ନୃତ୍ୟ ସଂଗୀତା ସଂଯୋଜନା କରିଥିଲେ!ଗ୍ରାମର ଯୁବକ ରିତେଶ ଜେନା, ତ୍ରିଲୋଚନ ଜେନା ରଂଜିତ ଜେନା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ!
ରାଜ୍ୟ
ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ
- Hits: 36








