ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସହ ଏକକ(ଉଭୟ ପୁରୁଷ ଓମହିଳା) ପକ୍ଷରୁ ଅୟୋଜିତ ସପ୍ତାହବ୍ୟାପୀ ଶୀତ ସ୍ଵତନ୍ତ୍ର ଶିବିର ଆଜି ପୋଷ୍ୟଗ୍ରାମ କେରାଣ୍ଡିର ମହାଦେବ ମନ୍ଦିରର ପରିସରରେ ଉଦଘାଟିତ ହୋଇଯାଇଛି I
ଏଥିରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ଆଇ.କ୍ୟୁ.ଏ.ସି. ସଂଯୋଜକ ଡ. ବିଘ୍ନେଶ୍ୱର ମିଶ୍ର ଯୋଗଦେଇ ଶିବିରାର୍ଥିମାନଙ୍କୁ ମାର୍ଗ ଦର୍ଶନ କରିଥିଲେ I ଏହି ଅବସରରେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ବିଦ୍ୟାଧର ସେଠୀ ସ୍ଵତନ୍ତ୍ର ଶିବିର ଆୟୋଜନର ଲକ୍ଷ୍ୟ ଓ ଆବଶ୍ୟକତା ସମ୍ପର୍କରେ ସ୍ଵେଚ୍ଛାସେବୀମାନଙ୍କୁ ଅବଗତ କରାଇଥିଲେ I ତେବେ ଫେବୃଆରୀ ୨୨ ତାରିଖରେ ଉଦଯାପିତ ହେବାକୁଥିବା ଉକ୍ତ ଶିବିର ଅବସରରେ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ପୋଷ୍ୟଗ୍ରାମ ଲୋକଙ୍କ ଅର୍ଥନୈତିକ, ଶୈକ୍ଷିକ, ଜୀବନ ଜୀବିକା ସମ୍ପର୍କରେ ସର୍ଭେ କରାଯିବା ସହ ବିଭିନ୍ନ ପ୍ରକାରର ସଚେତନତାମୂଳକ ପ୍ରଚାର କରାଯିବ ବୋଲି କାର୍ଯ୍ୟକ୍ରମ ଅଧିକାରୀଙ୍କ ଠାରୁ ପ୍ରକାଶ ପାଇଛି I
ରାଜ୍ୟ
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତାହବ୍ୟାପୀ ଶୀତ କାଳୀନ ସ୍ଵତନ୍ତ୍ର ଶିବିର ଉଦଘାଟିତ
- Hits: 32








