ନବରଙ୍ଗପୁର, ତାରିଖ: ୧୭.୦୨.୨୦୨୬, ଅଶୋକ ସାହୁ: ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, ନବରଙ୍ଗପୁର ଠାରେ ଅଗ୍ରଗାମୀ ଏନଜିଓ ତରଫରୁ ଏକ ରାଜ୍ୟ ସ୍ତରୀୟ ମହିଳା ପ୍ରାକୃତିକ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ସହାୟକ ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ବିଶ୍ୱାସ, ଅତିରିକ୍ତ କୃଷି ଅଧିକାରୀ ଲକିରାଣୀ ଶତପଥୀ, ମାଣ୍ଡିଆ ରାଣୀ ଭାବେ ପରିଚିତ ଶ୍ରୀମତୀ ରାଇମତି ଘିଉରିଆ ଙ୍କ ସହିତ ଅଗ୍ରଗାମୀ ର ନିର୍ଦେଶକ ଶ୍ରୀ ଅଚ୍ୟୁତ ଦାସ, ବିଦ୍ୟା ଦାସ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲା ସହିତ କୋରାପୁଟ, ମାଲକାନଗିରି, ରାୟଗଡ଼ା, କେଉଁଝର, କଳାହାଣ୍ଡି ଆଦି ଜିଲ୍ଲାରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ମହିଳା ମାନେ ଯୋଗ ଦେଇଥିଲେ । ଚଳିତ ବର୍ଷ ୨୦୨୬ କୁ ଆନ୍ତର୍ଜାତୀୟ ମହିଳା କୃଷକ ବର୍ଷ ଭାବେ ଆଖ୍ୟା ଦିଆଯାଇଛି । ଏହି ଅବସରରେ ମହିଳା ଚାଷୀ ମାନଙ୍କୁ ସମ୍ମାନିତ କରିବାପାଇଁ ଓ ଚାଷ କ୍ଷେତ୍ରରେ ସେମାନଙ୍କର ଅବଦାନ କୁ ଆମେ ଯେପରି ଭୁଲି ନ ଯାଉ ସେଥିପାଇଁ ଏହା ହେଉଛି ଅଗ୍ରଗାମୀ ତରଫରୁ ଏକ ଛୋଟ ପ୍ରୟାସ ।
ଚାଷ କ୍ଷେତ୍ରରେ ମହିଳା ମାନଙ୍କର ଅବଦାନ, ଜୈବିକ ଚାଷ ର ଉପାଦେୟତା, ଶ୍ରୀ ପଦ୍ଧତି ରେ ଧାନ ଓ ମାଣ୍ଡିଆ ଚାଷ, ଫେମିଲି ଫାର୍ମ ର ବିକାଶ, ବିହନ ସଂରକ୍ଷଣ, ଛତୁ ଚାଷ ଆଦି କରି ସ୍ବାବଲମ୍ବୀ ହେବାକୁ ଜିଲ୍ଲାପାଳ ମହୋଦୟ ଓ ମାଣ୍ଡିଆ ରାଣୀ ରାଇମତି ଘୀଉରିଆ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ ।
ଏହି ପରିପେକ୍ଷୀରେ ଅଗ୍ରଗାମୀ ତରଫରୁ ୪ ଗୋଟି ପ୍ରଦର୍ଶନୀ ଷ୍ଟଲ ମଧ୍ୟ କରାଯାଇଥିଲେ । ସେହି ଷ୍ଟଲରେ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ମାଣ୍ଡିଆ ର ଏକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଜୈବିକଖତ ପ୍ରଦର୍ଶନୀ, ନବଗାମି କୃଷକ ଉତ୍ପାଦକ କମ୍ପାନୀ ଓ ଛତୁ ଚାଷ ର ଏକ ଷ୍ଟଲ ମଧ୍ୟ କରାଯାଇ ପ୍ରଦର୍ଶନ କରାଯାଇଥିଲା ।
ଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ତଥା ଉପସ୍ଥିତ ସମସ୍ତ ମହିଳା ସଦସ୍ୟ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇ ସଭା ସମାପ୍ତ କରାଗଲା । ଅଗ୍ରଗାମୀ ତରଫରୁ କୁଳସ୍ବାମୀ ଜଗନ୍ନାଥ ଜେନା ଏହାର ପରିଚାଳନା କରିଥିଲେ ।
ରାଜ୍ୟ
ଅଗ୍ରଗାମୀ ତରଫରୁ ରାଜ୍ୟସ୍ତରୀୟ ମହିଳା ପ୍ରାକୃତିକ ଚାଷୀ ସମ୍ମିଳନୀ ଅନୁଷ୍ଠିତ
- Hits: 75








