ହେଡଲାଇନସ୍:

ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ବ୍ଳକ୍ ଡମ୍ବସରା ସ୍ଥିତ ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨୬ ତମ ବାର୍ଷିକ ଉତ୍ସବ ଉତ୍କର୍ଷ ଅଧ୍ୟକ୍ଷ, ବିଦ୍ୟାଧର ନାହାକ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ସୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବ ଅତିରିକ୍ତ ଉପଜିଲ୍ଲାପାଳ ଶୁଭ୍ରସ୍ନାତ ରାଉତ ସମ୍ମାନିତ ଅତିଥି ଡଃ ଜ୍ୟୋତିର୍ମୟ ମିଶ୍ର, ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ଝିଲ୍ଲି ଶବର, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସନ୍ତୋଷୀ ଶବର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।ମୁଖ୍ୟବକ୍ତା ଭାବରେ ଗୁଣପୁର ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ନିଜ ବକ୍ତବ୍ୟରେ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳା ର ଭୁରି ଭୁରି ପ୍ରଶଂସା କରିଥିଲେ। ଡଃ ପ୍ରଶାନ୍ତ କୁମାର ହୋତା ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପକ ନିଖିଳାସ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଓଡ଼ିଆ ଅଧ୍ୟାପକ ଶେଷସାୟୀ ସେନାପତି,କେଶବ ରାଓ, ଦିଲିପ ପଣ୍ଡା ମିଳିତ ଭାବେ ରାଷ୍ଟ୍ରଗୀତ ବନ୍ଦେ ମାତରଂ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ହୋତା ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ସହଦେବ ମଲିଫୁଲ ଅନୁଷ୍ଠାନ ର ସଫଳତା ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ। କ୍ରୀଡ଼ା ଶିକ୍ଷକ ଭାସ୍କର ସାମନ୍ତରାୟ, ଦେବରାଜ ସେନାପତି ମନୋଜ ଶବର ପୁରସ୍କାର ବିତରଣ ରେ ସହାୟତା କରିଥିଲେ। ରମାକାନ୍ତ ଜଟିଆ, ଜଗମୋହନ ବେହେରା, ସୁଶାନ୍ତ ଅଧିକାରୀ ଓ ଧବଳ ବାଇନା ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

0
0
0
s2sdefault