ଭୁବନେଶ୍ୱର, ଏପ୍ରିଲ ୧୮: ଆଇନ୍ ଛାତ୍ରଛାତ୍ରୀମାନେ ଯଦି ନିଜ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦେବେ ତେବେ ନିଜର ସଫଳ କ୍ୟାରିୟର ନିମନ୍ତେ ସେମାନଙ୍କ ନିକଟରେ ଅନେକ ବିକଳ୍ପ ରହିଛି ବୋଲି ଶନିବାର ଓଡ଼ିଶା ସରକାରଙ୍କ ଆଇନ୍ ଓ ପୂର୍ତ ବିଭାଗମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଇନ୍ ଏକ ଗୁରୁତ୍ୱପୂର୍ଣ୍ଣ ବୃତିରେ ପରିଣତ ହୋଇସାରିଥିବା ବେଳେ ଛାତ୍ରଛାତ୍ରୀମାନେ ଖୁବ୍ ଯତ୍ନବାନ ହୋଇ ନିଜ କ୍ୟାରିୟର ନିମନ୍ତେ ଯୋଜନା କରନ୍ତୁ । କାରଣ ସେମାନଙ୍କ ନିକଟରେ କୋର୍ଟରେ ଓକିଲାତି କରିବା ସହ ନ୍ୟାୟିକ ଅଧିକାରୀ ହେବାରେ ମଧ୍ୟ ବିକଳ୍ପ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ଲ (ଏସ୍ଏନ୍ଆଇଏଲ୍) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ଯୁବ ସଂସଦ - ‘ଲୋକ ସମ୍ବାଦ-୨୦୨୬’ ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ୍ମନ୍ତ୍ରୀ ଏହା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ମହାରାଷ୍ଟ୍ର, ପଶ୍ଚିବଂଗ, ବିହାର, ଛତିଶଗଡ଼ ଏବଂ ଦିଲ୍ଲୀରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ଶ୍ରୀ ହରିଚନ୍ଦନ କହିଥିଲେ ଯେ ବିଗତ କିଛି ବର୍ଷ ହେବ ଆଇନ ବୃତିରେ ବିଶାଳ ପରିବର୍ତନ ଘଟିଛି ଏବଂ ବର୍ତମାନ ଛାତ୍ରଛାତ୍ରୀମାନେ ଆଇନ ଶିକ୍ଷାରେ ସୁପର ସ୍ପେଶିଆଲିଟି କୋର୍ସ ନିମନ୍ତେ ଅଧିକ ମନ ବଳାଉଛନ୍ତି । ଓଡ଼ିଶା ସରକାର ମଧ୍ୟ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ରିସର୍ଚ୍ଚ ଆସିଷ୍ଟାଂଟ ଭାବେ ନିଯୁକ୍ତି ଦେଉଛନ୍ତି ।
ଆଇନ୍ ମହାବିଦ୍ୟାଳୟ ଗୁଡ଼ିକରେ ସାଧାରଣତଃ ମୁଟ କୋଟ୍ର୍ର ଆୟୋଜନ କରାଯାଉଥିବା ବେଳେ ଯୁବ ସଂସଦ କାର୍ଯ୍ୟକ୍ରମ ଖୁବ ବିରଳ । ତେଣୁ ଏଭଳି କାର୍ଯ୍ୟକ୍ରମ ପାଇଁ ସେ ସୋଆକୁ ଶୁଭେଚ୍ଛା ଜଣାଇଛନ୍ତି ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ନିଜ ବକ୍ତବ୍ୟରେ କହିଥିଲେ ଯେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ସୋଆ ଶିକ୍ଷା କ୍ଷେତ୍ରରେ ଖୁବ୍ ଉଚ୍ଚକୁ ଉଠିଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ସୋଆର ଆଇନ୍ ମହାବିଦ୍ୟାଳୟ ଏସ୍ଏନ୍ଆଇଏଲ୍ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍) ର୍ୟାଙ୍କିଙ୍ଗସ୍ରେ ସାରା ଦେଶରେ ୧୦ମ ସ୍ଥାନରେ ରହିଛି ।
କାର୍ଯ୍ୟକ୍ରମରେ ଏସଏନଆଇଏଲ୍ର ଡିନ୍ ପ୍ରଫେସର ଏସ୍.ଏ.କେ ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏହି ଅବସରରେ ପୁରସ୍କାର ପ୍ରଦାନ କରିଥିଲେ ।
ରାଜ୍ୟ
ବର୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି : ଆଇନ୍ ମନ୍ତ୍ରୀ
- Hits: 34








