ହେଡଲାଇନସ୍:

ସିଏମ୍ ଟ୍ରୋଫି ଭଲି ବଲ – ଇଣ୍ଟର ଡିଷ୍ଟ୍ରିକ୍ଟ ପ୍ରତିଯୋଗିତା – ୨୦୨୬

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀ କପ୍ (ସିଏମ୍ ଟ୍ରୋଫି)–୨୦୨୬ ଅବସରରେ ଓଡ଼ିଶାର ଗଜପତି ଜିଲ୍ଲାରେ ୧୪ ବର୍ଷରୁ କମ ଭଳିବଲ ପ୍ରତିଯୋଗିତା ଏପ୍ରିଲ ୧୭ ଏବଂ ୧୮ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟର ଗ୍ରାମୀଣ ଓ ସହର ଅଞ୍ଚଳର ଯୁବ ଖେଳାଳୀମାନଙ୍କୁ ଖେଳକୁଦ ମାଧ୍ୟମରେ ଆଗକୁ ଆଣିବା , ତାଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିବା ଓ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରରେ ଖେଳିବାକୁ ସକ୍ଷମ ଖେଳାଳୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବୃହତ୍ କ୍ରୀଡ଼ା ଅଭିଯାନ ଆୟୋଜନ କରାଯାଇଥିଲା।
ବିଭିନ୍ନ ବ୍ଲକ ରୁ ମୋଟ ଆଠୋଟି ଗ୍ରୁପ୍ ବିଭକ୍ତ ଦଳମାନେ ନିଜ ନିଜ ମ୍ୟାଚ୍‌ରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିଲେ। ନକଆଉଟା ପର୍ଯ୍ୟାୟରେ ୪ ଟି ମ୍ୟାଚ , ସେମିଫାଇନାଲ ରେ ୨ ଟି ମ୍ୟାଚ ଏବଂ ଗୋଟିଏ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ସେମିଫାଇନାଲ ରେ କାଶୀନଗର ଏବଂ ଗୋଷାଣୀ ଦଳ ଉତୀର୍ଣ୍ଣ ହୋଇ ଫାଇନାଲ ରେ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚ ରେ କାଶୀନଗର ବ୍ଲକ ଗୋଷାଣୀ ବ୍ଲକ ମଧ୍ୟରେ କଡା ଟକ୍କର ହୋଇଥିଲା ଏବଂ କାଶୀନଗର ବ୍ଲକ ଗୋଷାଣୀ ବ୍ଲକ କୁ ୩ଟି ମ୍ୟାଚ ରୁ ୨ ଟି ରେ ହରାଇ ଚାମ୍ପିୟନ ହୋଇଥିଲା।
ପ୍ରତିଯୋଗିତାରେ ସମସ୍ତ ଦଳ ଉତ୍କୃଷ୍ଟ କ୍ରୀଡ଼ା କୌଶଳ , ଦଳୀୟ ସମନ୍ୱୟ ଓ ଶୃଙ୍ଖଳାବଦ୍ଧ ଖେଳ ପ୍ରଦର୍ଶନ କରିଥିଲେ। ଆୟୋଜକମାନଙ୍କ ପକ୍ଷରୁ ମାଇଦାନ ବ୍ୟବସ୍ଥା , ରେଫେରୀ ପରିଚାଳନା , ସମୟ ସୂଚୀ ପାଳନ ଓ ଖେଳ ପରିଚାଳନା ସୁଚାରୁ ଭାବରେ କରାଯାଇଥିଲା। ଖେଳାଳୀମାନଙ୍କ ପାଇଁ ଆବଶ୍ୟକ ସୁବିଧା ସହିତ ନିରାପତ୍ତା ବ୍ୟବସ୍ଥା ମଧ୍ୟ ନିଶ୍ଚିତ କରାଯାଇଥିଲା। ଦର୍ଶକମାନେ ଉତ୍ସାହର ସହ ଖେଳକୁ ଉପଭୋଗ କରିଥିଲେ।
ଜିଲ୍ଲା କ୍ରୀଡ଼ା ଅଧିକାରୀ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ। ଏହିପରି ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲା ଓ ଗ୍ରାମୀଣ ସ୍ତରର ପ୍ରତିଭାମାନେ ଆଗକୁ ଆସି ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

0
0
0
s2sdefault