ହେଡଲାଇନସ୍:

ସୁବର୍ଣ୍ଣପୁର ଜିଲ୍ଲା ଚିକିତ୍ସାଳୟରେ ଜଣେ ନବଜାତ ନବଜାତ ଶିଶୁ ମୃତ୍ୟୁ ବିଷୟରେ ସବିଶେଷ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୮.୪: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୌଦ୍ଧ ଜିଲ୍ଲା ପତ୍ରାପାଲି ଗ୍ରାମ ନିବାସୀ ସୁରେନ୍ଦ୍ର ନାଏକ ଏବଂ ତାଙ୍କ ଧର୍ମପତ୍ନୀ ଜୟନ୍ତୀଙ୍କ ନବଜାତ ଶିଶୁର ମୃତ୍ୟୁ ବିଷୟ ଦୃଷ୍ଟିକୁ ଆସିବା ମାତ୍ରେ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ତ୍ୱରିତ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି।

ଶିଶୁ ମୃତ୍ୟୁର ସଠିକ୍ କାରଣ ନିର୍ଦ୍ଧାରଣ ପୂର୍ବକ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ସହ ଭବିଷ୍ୟତରେ ଏପରି ଦୁଃଖଦ ଘଟଣାର ନିବାରଣ ପାଇଁ ପଦକ୍ଷେପ ନିଆଯାଉଛି।
ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୪ ଦିନ ମଧ୍ୟରେ ସବିଶେଷ ବିବରଣୀ ଦେବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଲଙ୍କୁ କୁହାଯାଇଛି।

ଇତି ମଧ୍ୟରେ, ବରିଷ୍ଠ ବିଶେଷଜ୍ଞ ମାନଙ୍କୁ ନେଇ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି ଏବଂ କମିଟି ତାଙ୍କର କାମ ଆରମ୍ଭ କରିଛନ୍ତି ବୋଲି ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।
ଚଳିତ ମାସ ୨୦ ତାରିଖ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି।

0
0
0
s2sdefault