ହେଡଲାଇନସ୍:

ପ୍ରଚଣ୍ଡ ଗ୍ରୀଷ୍ମରେ ମାନବତାର ଉଦାହରଣ: SUJ ପକ୍ଷରୁ ଜଳ ଛତ୍ର, ୧୫୦୦ ରୁ ଅଧିକ ଲୋକଙ୍କୁ ସହାୟତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରାପଡ଼ା:18/04(ପ୍ରଫୁଲ୍ଲ କୁମାର ମଲ୍ଲ) ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସାମ୍ବାଦିକ ସଙ୍ଘ (SUJ) କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଏକ ମାନବିକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ସଭାପତି ଦୈତାରୀ ଜେନାଙ୍କ ନେତୃତ୍ୱରେ ଚାନ୍ଦୋଳ ବଜାର ଠାରେ ଜଳ ଛତ୍ର ଅନୁଷ୍ଠିତ ହୋଇଥିଲା, ଯାହା ଗ୍ରୀଷ୍ମ ତାପରେ ପିଡ଼ିତ ଲୋକଙ୍କ ପାଇଁ ବଡ଼ ସହାୟତା ସାବିତ ହୋଇଛି।
ଏହି କାର୍ଯ୍ୟକ୍ରମରେ SUJ ଓଡିଶାର ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି ମୁଖ୍ୟ ଅତିଥି ଭାବେ ଓ ରାଜ୍ୟ କଂଗ୍ରେସ ସମ୍ପାଦିକା ସସ୍ମିତା ପଣ୍ଡା ସହିତ SUJ ଓଡିଶାର ରାଜ୍ୟ ସଦସ୍ୟ ଜଗନ୍ନାଥ ଧଳ ସନ୍ନମାନିତ ଅତିଥି ଭାବେ ଯୋଗଦେଇ ଜଳ ଛତ୍ରର ଶୁଭାରମ୍ଭ କରିଥିଲେ। ଅତିଥିମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ସମାଜ ସେବାରେ ସାମ୍ବାଦିକ ମାନଙ୍କ ଭୂମିକାକୁ ସ୍ତୁତି କରିଥିଲେ।
ଏହା ସହିତ ଡେରାବିଶ ବ୍ଲକର ସମସ୍ତ ସଦସ୍ୟ ଓ ବ୍ଲକ ସଭାପତି ପ୍ରଫୁଲ୍ଲ ମଲ୍ଲଙ୍କ ସହ ଜୟନ୍ତ କୁମାର ଶତପଥୀ, ଜିବେନ୍ଦୁ ମଲ୍ଲିକ, ବିପିନ ଭଦ୍ର, ନିରାକାର ମହାରଣା ଓ ଶାନ୍ତନୁ ସାହୁ ପ୍ରମୁଖ ସକ୍ରିୟ ଭାବେ
ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ତେବେ ଏହି ଜଳ ଛତ୍ର ମାଧ୍ୟମରେ ୧୫୦୦ ରୁ ଅଧିକ ବାଟୋଇଙ୍କୁ ଥଣ୍ଡା ପାନୀୟ ପ୍ରଦାନ କରାଯାଇଥିଲା, ଯାହା ଗ୍ରୀଷ୍ମ ତାପରେ ରାହତ ଦେଇଥିଲା। ସ୍ଥାନୀୟ ଲୋକମାନେ SUJ ର ଏହି ପ୍ରୟାସକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଏପରି ସେବାମୂଳକ କାର୍ଯ୍ୟ ଜାରି ରଖିବାକୁ ଆଶା ବ୍ୟକ୍ତ କରିଥିଲେ।

0
0
0
s2sdefault