ହେଡଲାଇନସ୍:

କେନ୍ଦ୍ରୀୟ ବଜେଟ ୨୦୨୬-୨୭କୁ ଏନଏସଇ ମୁଖ୍ୟ ଆଶିଷ କୁମାର ଚୌହାନଙ୍କ ସ୍ୱାଗତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ)ର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଆଶିଷ କୁମାର ଚୌହାନ ନିକଟରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ ୨୦୨୬-୨୭କୁ ନେଇ ନିଜର ମତାମତ ବ୍ୟକ୍ତ କରିଛନ୍ତି । ସେ ଆର୍ଥିକ ଏକତ୍ରିକରଣ, ଭିତିଭୂମି-ପରିଚାଳିତ ଅଭିବୃଦ୍ଧି, ବିତୀୟ ବଜାରଗୁଡିକର ବ୍ୟାପକତା ଏବଂ ଭବିଷ୍ୟତ-ଭିତିକ କ୍ଷେତ୍ରଗୁଡିକରେ ରଣନୈତିକ ନିବେଶ ଭଳି ପ୍ରସଙ୍ଗ ଉପରେ କେନ୍ଦ୍ରୀୟ ବଜେଟର ଦୃଢ ମହତ୍ୱକୁ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, “ପ୍ରଥମ ଥର ପାଇଁ କର୍ତବ୍ୟ ଭବନରୁ ଉପସ୍ଥାପିତ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୯ମ ବଜେଟ ଭାବେ କେନ୍ଦ୍ରୀୟ ବଜେଟ ୨୦୨୬-୨୭ ଏହି ବାର୍ତାକୁ ସ୍ପଷ୍ଟ କରିଛି ଯେ, ମଜବୁତ ଅଭିବୃଦ୍ଧି ଓ ଆର୍ଥିକ ଶୃଙ୍ଖଳା ଏକାଠି ଆଗକୁ ବଢିପାରିବେ ।”

ବିତୀୟ ନିଅଂଟ ଜିଡିପିର ୪.୪%ରୁ ୪.୩%କୁ ହ୍ରାସ ପାଇବା ଏବଂ ଡେବ୍‌ଟ-ଟୁ-ଜିଡିପି ୫୬.୧%ରୁ ୫୫.୬%କୁ ହ୍ରାସ ପାଇବା ସହିତ କେନ୍ଦ୍ରୀୟ ବଜେଟ ଦୃଢତାର ସହ ଏକୀକରଣ ମାର୍ଗରେ ରହିଛି, ଯାହା ଭାରତକୁ ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ୫୦% ବ୍ଦ୧% ଲକ୍ଷ୍ୟ ହାସଲ କରିବା ଦିଗରେ ଟ୍ରାକରେ ରଖିଛି । ଏହା ସାମଗ୍ରିକ ସ୍ଥିରତା ଏବଂ ନିବେଶକ ଓ ବଜାରଗୁଡିକ ପ୍ରତି ନୀତିଗତ ବିଶ୍ୱସନୀୟତାର ସଙ୍କେତ ହେଉଛି । ସେହିପରି ସାର୍ବଜନିନ ପୁଞ୍ଜି ବିନିଯୋଗ ପ୍ରାୟ ୧୨% ବୃଦ୍ଧି ପାଇ ୧୨.୨ ଲକ୍ଷ କୋଟି ଟଙ୍କା ରହିବା ସହିତ ଭିତିଭୂମି କେନ୍ଦ୍ରୀୟ ଅଭିବୃଦ୍ଧି ପରିଚାଳକ ଭାବେ ବଜାୟ ରହିଛି, ଏହା ଘରୋଇ ନିବେଶ, ଉତ୍ପାଦକତା ବୃଦ୍ଧି କରିବା ଓ ପରିବହନ ଖର୍ଚ୍ଚ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । ଏହି ବଜେଟ ମୂଲ୍ୟାଙ୍କିତ ପଦକ୍ଷେପ ମାଧ୍ୟମରେ ଆର୍ଥିକ ବଜାରଗୁଡିକୁ ଆହୁରି ବ୍ୟାପକ କରିଛି । ଗିଫ୍ଟ ସିଟି (୧୦ରୁ ୨୦ ବର୍ଷ) ପାଇଁ ବର୍ଦ୍ଧିତ ଆୟ ଛାଡ ସୀମା ଏହାକୁ ଏଫପିଆଇଗୁଡିକ ପାଇଁ ଅଧିକ ଆକର୍ଷଣୀୟ କରିବ ।

ସହରାଂଚଳ ଋଣ କ୍ଷେତ୍ର ମୁନିସିପାଲ ବଣ୍ଡ ଉପରେ ନୂତନ ଗୁରୁତ୍ୱ ମାଧ୍ୟମରେ ଏକ ପ୍ରୋତ୍ସାହନ ପାଇଛି, ସେହିପରି ବିଦେଶୀ ମୁଦ୍ରା ବିନିମୟ ଓ ପୁଞ୍ଜି ବଜାରଗୁଡିକରେ ନିୟାମକୀୟ ସଂଶୋଧନ ବ୍ୟବସାୟ କରିବାର ସହଜତା ଓ ଆନ୍ତର୍ଜାତୀୟ ଏକତ୍ରିକରଣକୁ ଉନ୍ନତ କରିଛି । ମୋଟାମୋଟି ଭାବେ ବଜେଟ ୨୦୨୬-୨୭ ଆର୍ଥିକ ବିଜ୍ଞତା, ଭିତିଭୂମି-ପରିଚାଳିତ ଅଭିବୃଦ୍ଧି, ବଜାର ବ୍ୟାପକତା ଓ ଭବିଷ୍ୟତ ପ୍ରସ୍ତୁତ ସଂସ୍କାରଗୁଡିକୁ ଏକତ୍ରିତ କରିଛି, ଯାହା ବିକଶିତ ଭାରତ ୨୦୪୭ ଦିଗରେ ଭାରତର ଯାତ୍ରା ପାଇଁ ଏକ ମଜବୁତ ମୂଳଦୁଆ ସ୍ଥାପନ କରିଛି ।”

0
0
0
s2sdefault