
କେନ୍ଦୁଝର,ତା୪/୨- ପ୍ରାକ୍ ଶୈଶବ ଯତ୍ନ ଓ ବିକାଶ ଉପରେ ଏକ ଆଲୋଚନାଚକ୍ର ମୋବାଇଲ କ୍ରେଚ୍ ସଂସ୍ଥା ଓ ପଞ୍ଚାୟତ ସମିତି କାର୍ଯାଳୟ,ବାଂଶପାଳର ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜା ରଂଜିତ ପ୍ରତାପ ବଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଶିଶୁ ବିକାଶ ସୁରକ୍ଷା ଅଧିକାରୀ ସ୍ୱପ୍ନମୟୀ ପଣ୍ଡା ଯୋଗ ଦେଇ ପ୍ରତ୍ୟେକ ଶିଶୁର ପ୍ରଥମ ଏକ ହଜାର ଦିନ କାହିଁକି ଅଧିକ ଗୁରୁତ୍ୱପୂର୍ଣ୍ଣ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ଦୁର୍ଗା ପ୍ରସାଦ ମୁର୍ମୁ ଶିଶୁର ସର୍ବାଙ୍ଗୀନ ବିକାଶ ସମାଜ ପାଇଁ ଉନ୍ନତିର ବାଟ ଖୋଲେ ବୋଲି ମତ ପ୍ରକାଶ କରିଥିଲେ। ଗୋଷ୍ଠି ଉନ୍ନୟନ ଅଧିକାରୀ ଆମ କଳିକା କେନ୍ଦ୍ରକୁ ଆହୁରି ମଜବୁତ କରିବା ପାଇଁ ଗ୍ରାମ ପଞ୍ଚାୟତ ସଦସ୍ୟ ମାନଙ୍କ ଭୂମିକା ଓ ଆର୍ଥିକ ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ବିକାଶ ପ୍ଲାନରେ ଆଣିବା ପାଇଁ ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ପ୍ରଶାନ୍ତ ବିଶ୍ୱାଳ,ପ୍ରକଳ୍ପ ସଂଯୋଜକ ଗ୍ରାମ ପଞ୍ଚାୟତର ଭୂମିକା ଓ ଦାୟିତ୍ୱ କିପରି ଭାବେ ତୁଲାଇବେ ସେ ବିଷୟରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ମୋବାଇଲ କ୍ରେଚର ସାଗର ପଲେଇ ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଆଲୋଚନାରେ ସ୍ନେହଲତା ଓ ବର୍ଷା ଦାସ କ୍ରେଚର ଆବସ୍ୟକତା ବିଷୟରେ କହିଥିଲେ। ପରିଶେଷରେ ମୋବାଇଲ କ୍ରେଚର ଅଜିତ କୁମାର ବିଷୋୟୀ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ।
ରାଜ୍ୟ
ପ୍ରାକ ଶୈଶବ ଯତ୍ନ ଓ ବିକାଶ ଆଲୋଚନାଚକ୍ର ଅନୁଷ୍ଠିତ।
- Hits: 6








