ମାଲକାନଗିରି,୨/୨/୨୬: ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ଐତିହ୍ୟ,ପରମ୍ପରା, କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ- ୨୦୨୫ର ମୁଖ୍ୟ ଜିଲ୍ଲା ସ୍ତରୀୟ ଉତ୍ସବ ର ଶୁଭାରମ୍ଭ ଆଜି ହୋଇଛି । ମାଲକାନଗିରି ଜିଲ୍ଲା ରେ ଆଦିବାସୀ କଳାସଂସ୍କୃତିକୁ ବଞ୍ଚାଇ ରଖି ଦେଶବିଦେଶରେ ପ୍ରଚାର ପ୍ରସାର କରିବାସହିତ ରାଜ୍ୟ ଓ ଦେଶ ବାହରର ବାହରର କଳାକାରମାନଙ୍କ କଳାଚାତୁରି କୁ ଜାଣିବାପାଇଁ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭହୋଇଛି ।
ଆଜି ଉତ୍ସବର ପ୍ରଥମଦିବସ ହୋଇଥିବାରୁ ଆଜି ସକାଳେ ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଥିବା ଜଗନ୍ନାଥ ମନ୍ଦିରରୁ ଶୁଭ ଜଳପୂର୍ଣ୍ଣ କଳସ ଶୋଭା ଯାତ୍ରାରେ ନୃତ୍ୟଦଳ,ଯୋଡିଶଙ୍ଖ,ଦୁଲଦୁଲି ବାଜା,ବଣ୍ଡା,କୋୟା, ପରଜା, ଭୁମିୟା, ଦୁରୁଆ ଆଦିବାସୀ ଜେମସା, ଜୋଡିଶଙ୍ଖ ବାଜା ଓ ନୃତ୍ୟର ତାଳେତାଳେ ସହରପରିକ୍ରମା କରାଯାଇ ଡିଏନକେ ମଇଦାନ ମାଲ୍ୟବନ୍ତ ମଣ୍ଡପ ନିକଟକୁ ନିଆଯାଇ ସେଠାରେ ସ୍ଥାପନା କରାଯାଇଛି । ଏହି କଳସ ଯାତ୍ରାରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସପି ବିନୋଦ ପାଟିଲ ଏଚ,ଡିଏଫଓ ସାଇକିରଣ ,ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥପ୍ରଧାନ, ଜିଲ୍ଲାପରିଷଦ ଉନ୍ନୟନ ଓ ମୁଖ୍ୟ ନିର୍ବାହି ଅଧିକାରୀ ଦାଶରଥୀ ସରାବୁ , ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ,ଜିଲ୍ଲାସଂସ୍କୃତି ଅଧିକାରୀ ସଂନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ପୌରପରିଷଦ ଚେୟାରମ୍ୟାନ ମନୋଜ ବାରିକ,ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ଆଦିବାସୀ ସମାଜ ମହା ସଂଘ ସଭାପତି ବନ୍ଧୁ ମୁଦୁଲି, ଘେନୁ ମୁଦୁଲି, ପ୍ରମୁଖ ଜିଲ୍ଲାସ୍ତରୀୟ ବ୍ଲକ ସ୍ତରୀୟ ଅଧିକାରି ବିଭିନ୍ନ ରାଜନୈତିକ ନେତା, ଗଣମାଧ୍ୟମ ପ୍ରତିନିଧି, ଜନସାଧରଣ ଉପସ୍ଥିତ ଥିଲେ । ଖୁସିରେ କଳସ ସୋଭାଯାତ୍ରାରେ ବିଧାୟକ,ଜିଲ୍ଲାପାଳ, ଏସପି,ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ପରିଷଦ ଅଧ୍ୟକ୍ଷ।,ଉପଜିଲ୍ଲାପାଳ, ପୌରପରିଷଦ ଅଧ୍ୟକ୍ଷ ଙ୍କ ସହିତ ଅନ୍ୟାନ ଅଧିକାରୀ ମାନେ ନୃତ୍ୟଦଳ ସାଥିରେ ରାସ୍ତାରେ ହାତ ଧରାଧରି ହୋଇ ନୃତ୍ୟ କରିଥିଲେ । ଏହି କଳସ ଯାତ୍ରା ସହର ପରିକ୍ରମା କରି ମାଲ୍ୟବନ୍ତ ମଣ୍ଡପ ରେ ପହଁଚି ଥିଲା । ରବିବାର ସଂନ୍ଧ୍ୟାରେ ମୁଖ୍ୟ ମାଲ୍ୟବନ୍ତ ମହୋତ୍ସବ ରେ ସୁପ୍ରସିଦ୍ଧ ଗାୟିକା ତ୍ରିଶା ଚାଟାର୍ଜି, ଶ୍ରୀଜାତା ଉପାଧ୍ୟୟ, ଗାୟକ ସନତ ପାଣିଗ୍ରାହୀ, ସଙ୍ଗୀତ ଗାନ କରିବା ସହିତ ଘୁମୁରା, କୋୟା, ଓଡିଶୀ ନୃତ୍ୟ, ଗୋଟିପୁଅ, ଢେମସା ନୃତ୍ୟ ପରିବେଷଣ ସହ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହେବ।
ରାଜ୍ୟ
ମାଲ୍ୟବନ୍ତ ମହୋତ୍ସବ ର ବିରାଟ କଳସ ଯାତ୍ରା, ନାଚ ଗୀତରେ ଦୁଲୁକିଲା ରାଜ ରାସ୍ତା,
- Hits: 7








