ଓଡ଼ଗାଁ,୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଗୁମି ପଞ୍ଚାୟତ ଗୁମି ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁତ୍ର ବସନ୍ତ କୁମାର ସାହୁ ୨୬ ବର୍ଷହେଲା ନିଖୋଜ ରହିଥିବା ବେଳେ ୪ ବର୍ଷ ଓ ଦେଢ଼ବର୍ଷର ୨ ଛୁଆକୁ ନେଇ ସଂଗ୍ରାମ ଜାରି ରଖିଥିବା ସ୍ତ୍ରୀ ନନ୍ଦିନୀ ସାହୁ, ଏବେ ବି ସ୍ବାମୀଙ୍କ ବାଟକୁ ଚାହିଁ ରହିଛନ୍ତି । ଏବେ ବଡ଼ପୁଅ ଗୈ।ରହରୀ ସାହୁଙ୍କୁ ୩୦ବର୍ଷ ହୋଇଥିବା ବେଳେ ସାନପୁଅକୁ ୨୬ ବର୍ଷ ବୟସ ହେଲାଣି । ହେଲେ ଜନ୍ମଦାତା ଙ୍କ ଅନୁପସ୍ଥିତିରେ ପିଲାଙ୍କ ମୁହଁକୁ ଅନାଇ ସ୍ତ୍ରୀ ନନ୍ଦିନୀ ୨୬ ବର୍ଷକାଳ ଅତିକ୍ରାନ୍ତ କରିସାରିଲେଣି । ବସନ୍ତଙ୍କର ଦୁଇ ଗୋଡ଼ ଓ ହାତରେ ଲଛାଚିହ୍ନ ୨ ଟି ଲେଖାଏଁ ରହିଥିଲା। ଗାଁରେ ସମସ୍ତେ ତାକୁ ଗୋଲା ନାମରେ ଡାକିଥାନ୍ତି । ବସନ୍ତଙ୍କ ନିଖୋଜ ଯୋଗୁଁ ବିଭିନ୍ନ କାର୍ଯ୍ୟପାଇଁ ନନ୍ଦିନୀକୁ ବହୁ ସାମାଜିକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଅନେକ ଚେଷ୍ଟା ପରେ ସନ୍ଧାନ ମିଳିପାରି ନଥିଲା ବେଳେ କୌଣସି ସହୃଦୟ ବ୍ୟକ୍ତି ବସନ୍ତଙ୍କ ସନ୍ଧାନ ପାଇ ୭୮୯୪୩୩୨୮୭୨ ନମ୍ବରରେ ସୂଚନା ପ୍ରଦାନ ପାଇ ସ୍ତ୍ରୀ ନନ୍ଦିନୀ ବିନମ୍ର ଅନୁରୋଧ କରିଛନ୍ତି ।
ରାଜ୍ୟ
୨୬ ବର୍ଷହେଲା ନିଖୋଜ ବସନ୍ତଙ୍କ ପତା ମିଳୁନାହିଁ
- Hits: 14








