ଓଡ଼ଗାଁ,୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ଓଡ଼ଗାଁ ତହସିଲ ଟାଇଗର ସହିତ ରଘୁନାଥ ସେବାୟତ ଏବଂ ଓଡ଼ଗାଁ ବ୍ଲକ ବ୍ଳାଷ୍ଟର ସହିତ ପୋଲିସ ଇଲେଭେନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ମ୍ୟାଚରୁ ରଘୁନାଥ ସେବାୟତ ଓ ପୋଲିସ ଇଲେଭେନ ବିଜୟ ହାସଲ କରିଥିଲେ । ପ୍ରଥମେ ଓଡ଼ଗାଁ ତହସିଲ ଓ ରଘୁନାଥ ସେବାୟତଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ରଘୁନାଥ ସେବାୟତ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଦାରିତ ୧୫ ଓଭରରେ ୭ ଉଇକେଟ ବିନିମୟରେ ୧୭୧ ରନ୍ ସଂଗ୍ରହ କରିଥିଲେ । ଓଡ଼ଗାଁ ତହସିଲ ଟାଇଗର ଦ୍ବିତୀୟ ଇନିଂସିରେ ଆସି ୧୫ ଓଭରରେ ୬ ଉଇକେଟ ହରାଇ ୧୫୧ ରନ୍ କରି ପରାଜୟ ବରଣ କରିଥିଲା । ସେହିପରି ଦ୍ବିତୀୟ ମ୍ୟାଚ୍ ବ୍ଳକ୍ ବ୍ଳାଷ୍ଟର ଓ ଓଡ଼ଗାଁ ପୋଲିସ ଇଲେଭେନ ମଧ୍ୟରେ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ବ୍ଳକ ବ୍ଳାଷ୍ଟର ୧୨୪ ରନ୍ କରିଥିଲା । ପୋଲିସ ଇଲେଭେନ ୭ ଉଇକେଟ ବିନିମୟରେ ୧୨୫ ରନ୍ କରି ମ୍ୟାଚ୍ ବିଜୟୀ ହୋଇଥିଲା । ପରବର୍ତ୍ତୀ ଛୁଟି ଦିନରେ ଏହିପରି ଅନ୍ୟ ମ୍ୟାଚ୍ ଗୁଡ଼ିକ ପରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।
ରାଜ୍ୟ
ରୋମାଞ୍ଚକର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ,ରଘୁନାଥ ସେବାୟତ ଓ ପୋଲିସ ଇଲେଭେନ ବିଜୟୀ,
- Hits: 9








