ହେଡଲାଇନସ୍:

"ଘରୋଇ ଉତ୍ପାଦନ ଏବଂ ପ୍ରତିଯୋଗିତାମୂଳକ ମନୋଭାବକୁ ମଧ୍ୟ ପ୍ରୋତ୍ସାହନ ମିଳିବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ : କେନ୍ଦ୍ର ବଜେଟ୍ ୨୦୨୬ରେ ଉଦ୍ୟୋଗର ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିଗତ ବ୍ୟୟ (କ୍ୟାପେକ୍ସ) ଜାରି ରହିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରକଳ୍ପ ପାଇଁ ଆର୍ଥିକ ସହାୟତାକୁ ସୁଦୃଢ଼ କରିବା, ଶିଳ୍ପ କ୍ଲଷ୍ଟରଗୁଡ଼ିକର ପୁନରୁଦ୍ଧାର ଏବଂ ଟିୟର-୨ ଓ ଟିୟର-୩ ସହରଗୁଡ଼ିକରେ ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଦ୍ୱାରା ଘରୋଇ ଉତ୍ପାଦନ ଏବଂ ପ୍ରତିଯୋଗିତାମୂଳକ ମନୋଭାବକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍ /ଏନ୍ଏସ୍ ଇଣ୍ଡିଆ) ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲୀପ ଉମେନ୍|
ଶ୍ରୀ ଉମେନ କହିଛନ୍ତି ଯେ "ଏଏମ୍/ଏନ୍ଏସ୍ ଇଣ୍ଡିଆ ଦୀର୍ଘସ୍ଥାୟୀ ଇସ୍ପାତ ନିର୍ମାଣ ଏବଂ ଭାରତର ପ୍ରଗତିରେ ଦୀର୍ଘକାଳୀନ ନିବେଶ ମାଧ୍ୟମରେ ଦେଶ ଗଠନର ପ୍ରୟାସକୁ ସହାୟତା କରିବା ପାଇଁ ପ୍ରତିବଦ୍ଧ ଅଛି।"

0
0
0
s2sdefault