ହେଡଲାଇନସ୍:

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ପଦ୍ମପୁର ନଗର ତରଫରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୦୧/୦୨):- ସ୍ଥାନୀୟ ରାଜାଜି ଟାଉନ ହଲ ଠାରେ ସମଗ୍ର ହିନ୍ଦୁ ସମାଜ ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଭାସ୍କର ଦାଶ, ଆଶୁତୋଷ ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ମେହେର, ମାର୍ତଣ୍ଡଦେବ ସାହୁ, ପୂର୍ଣ୍ଣ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ପୌରହିତ୍ୟ ରେ ଏକ ହୋମ ଯଂଜ୍ଞ ଓ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ ସମଗ୍ର ହିନ୍ଦୁ ସମାଜ ସମିତି ର ଅଧ୍ୟକ୍ଷ ଡକ୍ଟର ପଦ୍ମନାଭ ଯୋଶୀ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ବକ୍ତା ଭାବେ ପଦ୍ମପୁର ସଂକୁଳ ବିଦ୍ୱତ ପରିଷଦ ର ସମ୍ପାଦକ କ୍ରିଷ୍ଣ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଡକ୍ଟର ବାଞ୍ଛାନିଧି ପଣ୍ଡା ଯୋଗଦାନ କରିଥିଲେ l ସମିତି ର ସଂଯୋଜକ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ଅତିଥି ପରିଚୟ ଓ ଉଦେଶ୍ୟ ଜ୍ଞାପନ କରିଥିବାବେଳେ କୋଷାଧକ୍ଷ ସୁରେଶ କୁମାର ରାମଚଂଦାନୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶାନ୍ତନୁ ପାଣିଗ୍ରାହୀ, ସୁଧାଂଶୁ ପତି, ଜୟଦେବ ବେହେରା, ଚୈତନ୍ୟ ଭୋଇ, ପ୍ରଦୀପ ରାଜହଂସ, କମଳାକାନ୍ତ ମହଲା, ରିତେଶ ରଞ୍ଜନ ମେହେର, ସତ୍ୟବାନ ସାହୁ,ଟିକେଶ୍ୱର ନାଏକ, ଅଙ୍କିତ ରାମଚଂଦାନୀ, ସ୍ୱରୂପ କାନୁନଗୋ ପ୍ରମୁଖ ସହଯୋଗ କରିଥିଲେ l

0
0
0
s2sdefault