ହେଡଲାଇନସ୍:

ଧରା ହେଲା ଆତଙ୍ଗ ସୃଷ୍ଟିକାରୀ ୧୧ ଫୁଟ ଲମ୍ବର ବଉଳା କୁମ୍ଭୀର l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ,ଦୀର୍ଘ ଏକ ମାସ ଧରି ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆ ବେଳାଭୂମିରେ ଆତଙ୍ଗ ସୃଷ୍ଟିକରିଥିବା ୧୧ ଫୁଟ ଲମ୍ବର ବଉଳା କୁମ୍ଭୀର ରବିବାର ଦିନ ସକାଳ ୧୦ଘଟିକା ସମୟ ରେ ଗଙ୍ଗାଦେବୀ ନିକଟ ବେଳାଭୂମି ରେ ଖରାରେ ସୋଇଥିବା ସମୟ ରେ ଧରା ପଡିଛି l ଏହାକୁ ଧରିବା ପାଇଁ ଶନିବାର ଦିନ ରାତ୍ରରେ ରାପିଡ଼ ରେସ୍କୁ ଦଳ ରାଜନଗର ରୁ ଆସି ପହଞ୍ଚି ଥିଲେ l ରାତି ଶାରା ଅଣକଣା ତଣ୍ଡା ଠାରୁ ଦେବୀ ନାସି ପର୍ଯ୍ୟନ୍ତ ବହୁ ଖୋଜା ଖୋଜି ପରେ କୁମ୍ଭୀର ରେସ୍କୁ ଦଳ ଆଣିଥିବା ବଡ଼ ଜାଲ ଦ୍ଵାରା ଧରା ପଡି ଥିଲା l ତା ପରେ ତାକୁ ସେହି ଜାଲ ଦ୍ଵାରା ବନ୍ଧା ବନ୍ଧି କରାଯାଇ ଏକ ଚାରି ଚକିଆ ଜାନରେ ରାଜନଗର ପଠାଇ ଦିଆ ଯାଇ ଅଛି l ଏହି ସବୁ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ରେଞ୍ଜର ମୋନାଲିଶା ମହାପାତ୍ର, ଫରେଷ୍ଟର ମାନସ ବେହେରା, ଓ କାଳୀ ଚରଣ ମହାନ୍ତି,ବନରଖି, ବନ ବିଭାଗ ସ୍କ୍ୱାଡ଼ ଆଦି ସାମିଲ ଥିଲେ l

0
0
0
s2sdefault