ଖୋର୍ଦ୍ଧାରୁ (ସେକ ଜାଫର ): ଖୋର୍ଦ୍ଧା, ବେଗୁନିଆ ବ୍ଲକ୍ ଅଧୀନସ୍ଥ ପୋଡାଡିହସ୍ଥିତ ଭାରତୀୟ ବିଦ୍ୟା ନିକେତନର ଉନ୍ନବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପର୍ଶୁରାମ ମିଶ୍ର ଶର୍ମାଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଅଖିଳେଶ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ସଂପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ସୁକାନ୍ତି ଜେନା, ମଞ୍ଚ କୁ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ସମ୍ପାଦକ ଶୁଭକାନ୍ତ ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ, । ଶିକ୍ଷକ ସୁଧାକର ସେଠୀ ମଞ୍ଚ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀମାନେ ନାଚ ଗୀତ, ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |
ବିଦ୍ୟାଳୟ ର ସମସ୍ତ ଗୁରୁମାମାନେ ଓ ବହୁ ପୁରାତନ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା | ସହ ପ୍ରଧାନ ଆଚାର୍ଯ୍ୟ। ଜ୍ୟୋତ୍ସ୍ନାମୟୀ ଜେନା, ଧନ୍ୟବାଦ ଅର୍ପଣ କରିଥିଲେ ।








