ହେଡଲାଇନସ୍:

ଦୂତୀକେଶ୍ବର ମହାଦେବଙ୍କ ପୀଠରେ ୮୪ତମ ବିଶ୍ବ ଶାନ୍ତି ଶୈବ ଯଜ୍ଞ ଓ ୪୦ତମ ସପ୍ତଶମ୍ଭୁ ମିଳନ ମହୋତ୍ସବ ଉଦଯାପିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ତଥା ଓଡ଼ିଶାର ଅନ୍ୟତମ ଶୈବପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ଜାମୁ ପାଟଣା ଶୂଳିଆ ପାହାଡ଼ ପାଦଦେଶରେ ବିରାଜିତ ପଶ୍ଚିମ ମୁଖା ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠରେ ୮୪ତମ ବିଶ୍ବ ଶାନ୍ତି ଶୈବ ଯଜ୍ଞର ପୂର୍ଣ୍ଣାହୁତି ସହିତ ୪୦ତମ ସପ୍ତଶମ୍ଭୁ ମିଳନ ମହୋତ୍ସବ ରବିବାର ଉଦ୍ଯାପିତ ହୋଇଯାଇଛି । ଥାଟ ପାଟ ପଟୁଆର ନେଇ ସୁନାମୁହିଁରୁ ଚମ୍ପତେଶ୍ବର ମହାଦେବ, ଗୋଡି ପାଟଣାରୁ ନିମେଶ୍ବର, କୋରପିଠା ଏବଂ ଆମ୍ବପଡାରୁ ବାଲୁଙ୍କେଶ୍ୱର, ହାତିଆଶିଳାରୁ ସୋମନାଥ ଦେବ, ବାହାଡ଼ାଝୋଲାରୁ ଆସିଥିବା ଫୁଲେଶ୍ବର ମହାଦେବଙ୍କୁ ବାବା ଦୂତୀକେଶ୍ବର ମହାଦେବ ବରଣ କରି ସ୍ବାଗତ ସମ୍ବର୍ଦ୍ଧନା ପୂର୍ବକ ଶନିବାର ଅପରାହ୍ନରେ ମିଳନ ମଣ୍ଡପକୁ ନେଇଥିଲେ। ରବିବାର ପୂର୍ଣ୍ଣିମା ତିଥିରେ ସପ୍ତଶମ୍ଭୁଙ୍କ ମିଳନ ମହୋତ୍ସବ ଅନୁଷ୍ଠିତ ହେବା ସହିତ ଅପରାହ୍ନରେ ପୂର୍ଣ୍ଣାହୁତି ପ୍ରଦାନ, ପ୍ରସାଦ ସେବନ ପୂର୍ବକ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା । ୨୭ ଖଣ୍ଡ ମୌଜାବାସୀଙ୍କ ତରଫରୁ ମନ୍ଦିର କମିଟି ସଭାପତି ଲୋକନାଥ ସାହୁ, ଉପସଭାପତି ପ୍ରଫୁଲ୍ଲ ମାଝି, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଭୂଜବଳ, କୋଷାଧ୍ୟକ୍ଷ ପ୍ରତାପ କୁମାର ଜେନା, ଗଣେଶ୍ୱର ନାୟକ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଚାର୍ଯ୍ୟ ଭାବେ ପଣ୍ଡିତ ଶାନ୍ତନୁ କୁମାର ଦାଶଙ୍କ ନେତୃତ୍ୱରେ, ପଣ୍ଡିତ ନାରାୟଣ ଦାଶ, ହେମନ୍ତ କୁମାର ହୋତା, ଗୋଦାବରୀ ଷଡ଼ଙ୍ଗୀ ପ୍ରମୁଖ ବୈଦିକ କର୍ମକାଣ୍ଡି ବ୍ରାହ୍ମଣମାନେ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ। ପାଳିଆ ସେବାସି ଓ ପୂଜକ ମାନେ ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କୁ ପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରାଇବାରେ ସହଯୋଗ କରିଥିଲେ।

0
0
0
s2sdefault