ହେଡଲାଇନସ୍:

ସାଇ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର: ବାସୁଦେବପୁର ସହର ନିକଟସ୍ଥ ଗୁଆ ଗାଁ ଠାରେ ସାଇ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ପାଢ଼ୀ ସଭାପତିତ୍ବ କରିଥିଲେ। ଏହି ଉତ୍ସବରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ମିରାକଲ ପବ୍ଲିକ ସ୍କୁଲର ଚେୟାରମେନ ଦୁଃଶାସନ ରାଉତ, କବି ଓ ସାହିତ୍ୟିକ ସୁଧାଂଶୁ ଶେଖର ମିଶ୍ର,ବିଦ୍ୟାଳୟର ଚେୟାରମେନ ସୁଜାତା ପାଣିଗ୍ରାହୀ,ବିଦ୍ୟାଳୟର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ମୁରଲୀଧର ପାଣିଗ୍ରାହୀ, ଶିକ୍ଷାବିତ୍ କୃପାସିନ୍ଧୁ ମହାନ୍ତି, ବିଷ୍ଣୁ ଚରଣ ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ବାରିକ୍,ରାଜ ନେତା ସୁରେଶ ଚନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ମଣ୍ଡଳ ପ୍ରମୁଖ ଏହି ଉତ୍ସବରେ ବିଶେଷ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନା କରିଥିଲେ। ଶିକ୍ଷକ ରତିକାନ୍ତ ବଳ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷକ ଦେବାଶିଷ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ନୃତ୍ୟ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

0
0
0
s2sdefault