ସ୍ମାର୍ଟଇଣ୍ଡିଆ ହ୍ୟାକାଥନ୍-୨୦୨୫ ଗ୍ରାଣ୍ଡ ଫିନାଲି (ହାର୍ଡୱେର ଏଡିସନ) ପାଇଁ ଜିଆଇଇଟି ବିଶ୍ୱବିଦ୍ୟାଳୟ ନୋଡାଲ ସେଣ୍ଟର ଭାବେ ମନୋନୀତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,୫/୧୨ / ୨୦୨୫- ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଇନୋଭେସନ୍ ସେଲ୍ , ଏ ଆଇ ସି ଟି ଇ, ନୂଆଦିଲ୍ଲୀ , ଓଡ଼ିଶା ସରକାର ଏବଂ ଖଣିଜ ମନ୍ତ୍ରାଳୟ ଙ୍କ ମିଳିତରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍-୨୦୨୫ ଗ୍ରାଣ୍ଡ ଫିନାଲି (ହାର୍ଡୱେର ଏଡିସନ) ନିମନ୍ତେ ନୋଡାଲ ସେଣ୍ଟର ଭାବେ ମନୋନୀତ କରାଯାଇଅଛି। ଏହି ଅବସରରେ ବିଶ୍ଵବିଦ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ କୁଳପତି ଡ ଏ ଭି ଏନ୍ ଏଲ ଶର୍ମା ସୂଚନା ଦେଇଛନ୍ତି। ଏହି
ହ୍ୟାକାଥନର ଗ୍ରାଣ୍ଡ ଫିନାଲି (ହାର୍ଡୱେର ଏଡିସନ) ଦେଶର ବିଭିନ୍ନ ପ୍ରଦେଶ ଯଥା -ଓଡ଼ିଶା,ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ହରିୟାଣା ପ୍ରମୁଖ ସ୍ଥାନରୁ ୨୦ ଗୋଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଗୋଟିଏ ଦଳରେ ୬ଜଣ ପ୍ରତିଯୋଗୀ ରହିଥିବା ବେଳେ ୨ ଜଣ ମେଣ୍ଟର ଭାବେ ଯୋଗ ଦେବେ।
ଏହି ଦଳମାନେ ନୂତନ ଚିନ୍ତାଧାରା ସହ ସମାଜରେ ବର୍ତମାନ ଉପୁଜିଥିବା ବିଭିନ୍ନ ସମସ୍ୟା ର ସମାଧାନର ଉପାୟ ବାହାର କରିବେ। ଆସନ୍ତା ୮ ଡିସେମ୍ବର ଏହି ଗ୍ରାଣ୍ଡ ଫିନାଲି (ହାର୍ଡୱେର ଏଡିସନ)ର ଶୁଭ ଉଦଘାଟନ ହେବ ଏବଂ ଏହା ୧୨ ଡିସେମ୍ବର ପର୍ଯ୍ୟନ୍ତ ଚାଲୁରହିବ। ଏହି ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଡ ପି ବିଜୟ କୁମାର ଯୋଗ ଦେଇ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ ବିଷୟରେ କହିଥିଲେ।ଏହି କାଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଏସ ପି ଓ ପି ଡଃ. ରାଘବେନ୍ଦ୍ର କୁମାର ପରିଚାଳନା
କରିଥିଲେ/

0
0
0
s2sdefault