ଛାତ୍ରଛାତ୍ରୀ ଅବିର ମାଧ୍ୟମରେ ଦେଲେ ଶାନ୍ତି, ମୈତ୍ରୀ ଓ ବିଶ୍ୱଭାତୃତ୍ୱର ବାର୍ତ୍ତା
ଝାରସୁଗୁଡ଼ା, ୦୨/୦୩/୨୦୨୬: ଝାରସୁଗୁଡ଼ା ଡିଏଭି ପରିସରରେ ହୋଲି ଉତ୍ସବ ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ରଙ୍ଗର ଏହି ପବିତ୍ର ପର୍ବରେ ଛାତ୍ରଛାତ୍ରୀମାନେ ଖୁସିର ରଙ୍ଗରେ ଭିଜି ଶାନ୍ତି, ମୈତ୍ରୀ ଓ ବିଶ୍ୱଭାତୃତ୍ୱର ସୁନ୍ଦର ବାର୍ତ୍ତା ପ୍ରଚାର କରିଥିଲେ। ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ଦେବତାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ସମସ୍ତେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ସୁରକ୍ଷିତ ଓ ପରିବେଶଧର୍ମୀ ହୋଲି ପାଳନ କରିବାକୁ ସଂକଳ୍ପ କରିଥିଲେ ।
ଅଧ୍ୟକ୍ଷ ଶ୍ରୀ ଦେବତା ତାଙ୍କ ଅଭିଭାଷଣରେ ହୋଲି କେବଳ ରଙ୍ଗର ପର୍ବ ନୁହେଁ, ବରଂ ପରସ୍ପର ମଧ୍ୟରେ ଶାନ୍ତି, ଭାଇଚାରା, ଆତ୍ମୀୟତା ଓ ସହଯୋଗର ରଙ୍ଗ ଭରିବାର ଉତ୍ତମ ଅବସର ବୋଲି ଭାବପ୍ରକଟ କରିଥିଲେ । ରାସାୟନିକ ରଙ୍ଗର ବ୍ୟବହାର ନ କରିବା, ପ୍ରକୃତି ଅନୁକୂଳ ଅବିର ବ୍ୟବହାର ଓ ପାଣିର ଅପଚୟ ବର୍ଜନ କରି ହୋଲି ପାଳନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଉତ୍ସବରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଶ ସୁରକ୍ଷା ଓ ସାମ୍ପ୍ରଦାୟିକ ସମ୍ମେଳନର ବାର୍ତ୍ତା ଦେଇଥିଲେ। ଶେଷରେ ସମସ୍ତେ ଏକାପରକୁ ଅଭିନନ୍ଦନ ଜଣାଇ ଖୁସିମୟ ଓ ଶାନ୍ତିପୂର୍ଣ୍ଣ ହୋଲି ପାଳନର ସଂକଳ୍ପ ନେଇଥିଲେ । ଡିଏଭି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ତରଫରୁ ସମସ୍ତଙ୍କୁ ଭାଇଚାରାପୂର୍ଣ୍ଣ, ଶାନ୍ତିମୟ ଓ ସୁରକ୍ଷିତ ହୋଲି ପାଳନ ଲାଗି ସମସ୍ତଙ୍କୁ ଆହ୍ଵାନ କରିଛନ୍ତି ।








