ସମସ୍ତଙ୍କ କଥା ରହିଲା, ହେଲେ ସ୍ବାମୀ ପାଇଲା କ'ଣ
ଓଡ଼ଗାଁ,୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଗୋଟିଏ ଅଭାବନୀୟ ଘଟଣାକୁ ନେଇ ଓଡ଼ଗାଁ ଥାନାରେ ଏକ ନିଖୋଜ ଅଭିଯୋଗ ହୋଇଛି। ତଦନ୍ତରୁ ପ୍ରକ୍ରିୟାରୁ ଜଣାଯାଏ ବିବାହିତା ଝିଅଟି ତା'ର ପ୍ରେମିକକୁ ବିବାହ କରିବା ନିମନ୍ତେ ଘରେ ଜଣାଇବା ପରେ ଝିଅର ମା' ଏହାକୁ ବିରୋଧ କରିଥିଲେ। ଏପରିକି ଝିଅକୁ ଆତ୍ମହତ୍ୟାର ଧମକ ଦେଇ ଦିନେ କୁଅକୁ ଡେଇଁ ପଡ଼ିଥିଲେ। ମା'ର ଜୀବନ ବଞ୍ଚାଇବାକୁ ବାଧ୍ୟହୋଇ ଝିଅ ଉକ୍ତ ବିବାହ ପ୍ରସ୍ତାବରେ ରାଜି ହୋଇ ବିବାହ କରିଥିଲା। ବିବାହ କାର୍ଯ୍ୟ ସରିବାର ପଞ୍ଚମ ଦିନରେ ଝିଅଟି ସ୍ବାମୀଙ୍କ ସାଥିରେ ବନ୍ଧୁ ଘରକୁ ଯିବାପାଇଁ ଓଡ଼ଗାଁରେ ସ୍ବାମୀଙ୍କୁ ମିଠା ଆଣିବାକୁ କହିଥିଲେ। ସ୍ବାମୀ ଗାଡ଼ି ଥୋଇ ଦୋକାନକୁ ମିଠା ଆଣିବାକୁ ଯାଇଥିଲେ । ତେବେ ଫେରି ଦେଖିବା ବେଳକୁ ସେଠାରେ ସ୍ତ୍ରୀକୁ ନଦେଖି ନିକଟସ୍ଥ ଯାଗାରେ ବହୁ ଖୋଜା ଖୋଜି କରିଥିଲେ । ଏବଂ ପରେ ସ୍ତ୍ରୀକୁ ନପାଇ ଏନେଇ ଓଡ଼ଗାଁ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ।








