ହେଡଲାଇନସ୍:

କେନ୍ଦୁଝର ଜିଲ୍ଲା ଗୋଁଡ଼ ସମାଜ ସାଧାରଣ ସଂପାଦକ ପଦରୁ ବହିଷ୍କୃତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର,ତା୩/୩- କାଲି ଜିଲ୍ଲା ଗୋଁଡ଼ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ସଂଗଠନର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ। ତେବେ ସମସ୍ତଙ୍କ ସହ ଆଲୋଚନା କରି ସଂଗଠନର ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ନାୟକଙ୍କୁ ଜିଲ୍ଲା କମିଟିରୁ ବହିଷ୍କାର କରାଯାଇଥିବା କଥା ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକ ଲିଖିତ ଜଣାଇଛନ୍ତି। ସୂଚନା ଯୋଗ୍ୟ କି ସୂଚନା ମିଳିଛି କି ଜିଲ୍ଲା ଗୋଁଡ଼ ସମାଜରେ ବିଭ୍ରାଟ ସୃଷ୍ଟି କରୁଥିବାରୁ ହରେକୃଷ୍ଣ ନାୟକଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। ତେବେ ଶ୍ରୀ ନାୟକ ଏହାର ଉତ୍ତର ନିର୍ଦ୍ଧାରିତ ସମୟ ମଧ୍ୟରେ ନଦେଇ ବହୁତ ବିଳମ୍ବରେ ଦେଇଥିଲେ। ଯାହାକୁ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ପକ୍ଷରୁ ବିଚାର କରାଯାଇ ଶ୍ରୀ ନାୟକଙ୍କ ଉତ୍ତର ସଠିକ ନଥିବା ଆଉ ସେ ପରେ ବି ଆଚରଣରେ ଶୁଦ୍ଧତା ରଖୁନଥିବାର ଅନୁଭବ କରି ତାଙ୍କୁ ସଂଗଠନରୁ ବହିଷ୍କାର ଲାଗି ନିଷ୍ପତ୍ତି ନିଆଯାଇଥିଲା। ଆଉ ଗୋଟେ କଥା ହେଲା ସଭାପତି ଜନାର୍ଦ୍ଦନ ନାୟକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି କି ସେ ସଂଗଠନରେ ବିଭ୍ରାଟ ଲାଗି ତିନି ଜିଲ୍ଲା ଉପସଭାପତି ଓ ସମ୍ପାଦକଙ୍କ ସମ୍ମୁଖରେ ମୌଖିକ ଭାବେ ବିରକ୍ତ ହୋଇ ଆଉ ପଦରେ ନିଜେ ରହିବେନି ବୋଲି କହିଥିଲେ। ଉକ୍ତ କଥାକୁ ସାଧାରଣ ସମ୍ପାଦକ ହରେକୃଷ୍ଣ ନାୟକ ଜଣେ ଉପସଭାପତିଙ୍କ ଠାରୁ ଶୁଣି ସଭାପତି ଇସ୍ତଫା ଦେଉଛନ୍ତି ତେଣୁ ତା ୩/୩/୨୦୨୬ରିଖରେ ଗୋଁଡ଼ ସମାଜର ବୈଠକ ବସିବ ବୋଲି ମିଥ୍ୟା କଥାର ଭାଇରାଲ କରିଥିଲେ। ତେଣୁ ତା ୨/୩/୨୦୨୬ରିଖରେ ଗୋଁଡ଼ ସମାଜର ବୈଠକ ବସାଇ ହରେକୃଷ୍ଣ ନାୟକଙ୍କୁ ସଂଗଠକ ସୁରକ୍ଷା ଲାଗି ପଦରୁ ବହିଷ୍କାର କରାଗଲା ବୋଲି ସଭାପତି ଜନାର୍ଦ୍ଦନ ନାୟକ ସୂଚନା ଦେଇଛନ୍ତି।

0
0
0
s2sdefault