ଓଡ଼ଗାଁ,୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ପାରିବାରିକ ଅଦାଲତ ସିଆର ଏଲଏମପି ନମ୍ବର ୩/୨୬ ଅନୁସାରେ ଗୋଟିଏ ଜାମିନ ବିହୀନ ଗିରଫ ପରୱାନା ଜାରି ପରେ ଓଡ଼ଗାଁ ଥାନା ପୋଲିସ ପାଣ୍ଡେରିପଡା ଗାଁର ପ୍ରଭାତ ବରାଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏବଂ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଥିଲେ। ସ୍ତ୍ରୀଙ୍କ ବକେୟା ଟଙ୍କା ପ୍ରଦାନ ପରେ ସ୍ବାମୀ ପ୍ରଭାତଙ୍କୁ ଜାମିନ ମିଳିପାରେ। ସୂଚନା ଥାଉକି ପାରିବାରିକ କଳହକୁ କେନ୍ଦ୍ରକରି ସ୍ବାମୀଙ୍କ ନାମରେ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପାରିବାରିକ ଅଦାଲତର ମିମାଂସା ଅନୁଯାୟୀ ପ୍ରତି ମାସରେ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ ୩ ହଜାର ଟଙ୍କା ଦେବାକୁ ପ୍ରଭାତ ରାଜି ହୋଇଥିଲେ। ତେବେ ନିୟମିତ ଭାବେ ସ୍ତ୍ରୀଙ୍କୁ ଟଙ୍କା ଦେଇନଥିବାରୁ ଏ ନେଇ ସ୍ତ୍ରୀ ପୁନର୍ବାର ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।
ରାଜ୍ୟ
ସ୍ତ୍ରୀର ଭରଣ ପୋଷଣରେ ଅବହେଳା: ଜାମିନ ବିହୀନ ଗିରଫ ପରୱାନା ପରେ ଗିରଫ ସ୍ବାମୀ ଜେଲ୍ ହାଜତକୁ ଗଲେ,
- Hits: 44








