କେନ୍ଦୁଝର,ତା୩/୩- କେନ୍ଦୁଝର ସହର ଉପକଣ୍ଠ ମେଡିକାଲ କଲେଜ ପାଖ କବିତ୍ରା ଗାଁ ଶ୍ମାଶନରେ ଏକ ଗାଈକୁ ମୃତ ଅବସ୍ଥାରେ ଫୋପଡ଼ା ହୋଇଥିବାର ଖବର ପାଇ ଗୋରକ୍ଷକ ମାନେ ଯାଇ ତାହାର ଅନ୍ତିମ ସତ୍କାର କରିଥିବା ଜଣାଯାଇଛି। ସୂଚନା ଯୋଗ୍ୟ କି କେନ୍ଦୁଝରଗଡ଼ ନଗରପାଳିକା ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ଗାଈ ଗୋରୁଙ୍କୁ ଜୀବନ୍ତ କି ମୃତ ଅବସ୍ଥାରେ ଅଳିଆ ଗଦାରେ ପକେଇ ଦିଆଯାଏ। ତେଣୁ ଏହାର ପ୍ରତିବାଦ ଆଗରୁ ହୋଇଛି ଲୋକେ ମଧ୍ୟ ଏଠାରେ କ୍ଷୀର ଖାଇ ସାରି ଗାଈକୁ ରାସ୍ତାରେ ଛାଡ଼ନ୍ତି ତେଣୁ ଦୁର୍ଘଟଣାରେ ବିଚରା ଜୀବଟି ହତାହତ ହୁଏ। କିନ୍ତୁ ଜୀବେ ଦୟା ଲାଗି ସେବା କରୁଥିବା ସ୍ଥାନୀୟ କାମଧେନୁ ଗୋସେବା ଟ୍ରଷ୍ଟ ପକ୍ଷରୁ କବିତ୍ରା ଯାଇ ଉକ୍ତ ଗାଈକୁ ସସମ୍ମାନ ସହ ନେଇ ଏକ ବଡ଼ ଗାତ ଖୋଳି ଲୁଣ ଦେଇ ସେଠାରେ ପୋତା ଯାଇ ଅନ୍ତିମ ସତ୍କାର କରାଯାଇଥିଲା। ଏହି ଟ୍ରଷ୍ଟ ଏପରି କାମ କରି ଲୋକଙ୍କ ଆଖି ଖୋଲିବାକୁ ପ୍ରୟାସ କରିଛି ବୋଲି ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ମୋନାଲିସା ଦାଶ କହିଛନ୍ତି। କେନ୍ଦୁଝର ସହରରେ ପଶୁ ଡାକ୍ତରଖାନାରେ ଚିକିତ୍ସା ଲାଗି ଯନ୍ତା ସହ ପଶୁ ଉଠା କ୍ରେନ ରଖିବାକୁ ସେ ଦାବି କରିଛନ୍ତି। ଜୀବଜନ୍ତୁ ମରିଗଲେ ଏଣେତେଣେ ନଫୋପାଡ଼ି ନିଜ ବାଡ଼ିରେ ଗାତ କରି ଲୁଣ ଦେଇ ପୋତି ଉପରେ ଗଛ ଲଗାଇବାକୁ ସେ ଅନୁରୋଧ କରିଛନ୍ତି। ଗୋମାତା ସଂସ୍କାର ବେଳେ ତାଙ୍କ ସହ ଅନ୍ୟତମ ଟ୍ରଷ୍ଟି ସରୋଜ ପ୍ରସାଦ ଦାଶ,ଶ୍ରୀତମ, ଦିପୁ, ପ୍ରେମ,ଆଲୋକ ଆଦି ଗୋରକ୍ଷକ ଭାଇମାନେ ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି।
ରାଜ୍ୟ
ଆଦର୍ଶ ଗୋରକ୍ଷକ ମାନେ ଗୋମାତାଙ୍କ ଅନ୍ତିମ ସଂସ୍କାର କଲେ।
- Hits: 96








