ହେଡଲାଇନସ୍:

ସୁର୍ୟା ଟେକ୍ନୋ ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଣିପେଣ୍ଠ ସ୍ଥିତ ସୁର୍ୟା ଟେକ୍ନୋ ସ୍କୁଲ ଠାରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଅର୍ଚ୍ଚନା ଗମାଙ୍ଗ , ସେନାପତି ତିରୁପତି ରାଓ ଯୋଗ ଦେଇ ଭାରତର ପ୍ରସିଦ୍ଧ ନୋବେଲ ପୁରସ୍କାର ବିଜେତା ଡ଼. ସି ଭି ରମଣ ଙ୍କ ରମଣ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ତାଙ୍କର ଏହି ଆବିଷ୍କାର ସମଗ୍ର ବିଜ୍ଞାନ ପ୍ରେମୀ ଛାତ୍ର,ଛାତ୍ରୀ ଓ ଶିକ୍ଷକ ,ଶିକ୍ଷୟତ୍ରୀ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି କହିଥିଲେ।
ଏହି ଅବସରରେ ବିଦ୍ୟାଳୟ ର ଛାତ୍ର,ଛାତ୍ରୀ ଦ୍ଵାରା ୩୦ ଗୋଟି ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଯଥା :- ୫ ଟି ଇନ୍ଦ୍ରିୟ ଅଙ୍ଗ , ଜଳର ବ୍ୟବହାର , ଋତୁ, ସୁସ୍ଥ ଖାଦ୍ୟ ବନାମ ଜଙ୍କ ଫୁଡ୍ , ବିମାନ ପରିବହନ , ଜଳ ବିଶୋଧନ , ପଦାର୍ଥର ଅବସ୍ଥା , ଆଲୋକସଂଶ୍ଳେଷଣ , ଜଳଚକ୍ର , ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ , ସୌରମଣ୍ଡଳ , ଦିନ ଏବଂ ରାତି , ବର୍ଷା ଜଳ ଅମଳ , କାର୍ବନ ଅବଶୋଷକ , କୃତ୍ରିମ ବୁଦ୍ଧିମତା (AI) , କିଡନୀ ର କାର୍ଯ୍ୟ , ବିଶ୍ୱ ଉଷ୍ଣତା , ଟ୍ରାଫିକ୍ ଲାଇଟ୍ , ନବୀକରଣୀୟ ଶକ୍ତି , ପୃଥିବୀ ରକ୍ଷା , ବନୀକରଣ ଏବଂ ଜଙ୍ଗଲ କଟା , ଡ୍ରିପ୍ ଜଳସେଚନ , ସମନ୍ୱିତ କୃଷି , ପରମାଣୁ ଶକ୍ତି କେନ୍ଦ୍ର , ବିମାନବନ୍ଦର , ଚନ୍ଦ୍ରାୟନ - 3, ପାଚନ ପ୍ରଣାଳୀ , ଅପଚୟ ଜଳ ପରିଚାଳନା , +୧ ବିଜ୍ଞାନ - ଭ୍ରୁଣ ବିକାଶ ପ୍ରଭୃତି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

0
0
0
s2sdefault