ହେଡଲାଇନସ୍:

ତ୍ରେତୟା ଯୁଗର ଆରାଧ୍ୟ ଦେବୀ ମାଁ ଦୁର୍ଗେଇ ଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ସମ୍ପନ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:- ପାଇକମାଲ ବ୍ଳକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମାଁ ଙ୍କ ପୀଠ ସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀ (ବୁଢ଼ୀ) ଙ୍କ ବାର୍ଷିକ ପୂଜାନୋତ୍ସବ ସମ୍ପନ୍ନ ହୋଇଯାଇଛି। ତା ୪ ରୁ ୫ ରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ମାଁ ଦୁର୍ଗେଇ ଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବବଧି ପରମ୍ପରା ଅନୁସାରେ ମାର୍ଗଶୀର ପୂର୍ଣ୍ଣିମା ତିଥିରେ ଗୁରୁବାର ଦିନ ଭୋର ସକାଳୁ ୪ ଘଣ୍ଟା ସମୟରେ ଦେହେରୀ (ଝାଙ୍କର) ସୁବାଷ ମଲ୍ଲିକ ଙ୍କ ଘରୁ ମାଁ ଙ୍କ ସାଜସଜ୍ଜା ତଥା ଦେବୀ ଙ୍କ ବସ୍ତ୍ର, ଖଣ୍ଡା ପାଟ ଶାଢ଼ୀ, ଅଳଙ୍କାର ଙ୍କୁ ପୂଜାର୍ଚ୍ଚନା ସହ ଆବାହନ ନିମନ୍ତ୍ରଣ କରା ଯାଇଥାଏ । ପରେ ବଜାଗଜା ଘଣ୍ଟ ଶଙ୍ଖ ସହ ଶୋଭାଯାତ୍ରାରେ ବାହାରି ସାଢେ଼ ୩ କିଲୋମିଟର ପାହାଡ଼ି ରାସ୍ତା ଉପରେ ଚାଳିଚାଳି ମାଁ ଙ୍କ ପୀଠ ସ୍ଥଳୀ କୁ ପହଞ୍ଚି ଥିଲେ । ପହଞ୍ଚିବା ପରେ ସେଠାରେ ସକାଳ ୮ ଘଣ୍ଟା ସମୟରେ ମାଁ ଦୁର୍ଗେଇ ଦେବୀଙ୍କ ସହ ପାର୍ଶ୍ଵ ଦେବ ଦେବୀଙ୍କର ଶୁକ୍ଳପୂଜା ସହ ପୂଜା ସମାପନ କରା ଯାଇଥାଏ । ରାତିରେ ମାଁ ଙ୍କ ଠାରେ ବଳୀଭୂଜା ଦିଆଯାଇଥାଏ । ମାନସିକ ଧାରିମାନେ ନଡ଼ିଆ ଜୁଗାର ଭୋଗ ସହିତ ବୁକା କୁକୁଡ଼ା ଆଦି ମାଁ ଙ୍କ ଠାରେ ବଳି ଦେଇଥାନ୍ତି । ପୂଜାର୍ଚ୍ଚନା ସମାପ୍ତି ପରେ ପରଦିନ ସକାଳୁ ପର୍ବତ ଶିଖରୁ ଆସି ମାନସିକ ଧାରିମାନେ ନିଜ ନିଜ ମଧ୍ୟରେ ପ୍ରସାଦ ସେବନ ପାଇଁ ଏକ ମନୋରମା ପରିବେଷ୍ଟିତ ମନଭଙ୍ଗ ଡ୍ୟାମ ପାଖରେ ରନ୍ଧାବଢା ର ଆୟୋଜନ କରି ବେଶ ଉପଭୋଗ କରିଥାନ୍ତି। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା କୋଶଳୀ ହାସ୍ୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ହାସ୍ୟ କବି ଲଳିତ ବିଗଙ୍କ ସମେତ ଅନେକ କବିଗଣ ନିଜ ସ୍ବରଚିତ କବିତା ମାନ ଆବୃତ କରିଥିଲେ। କିମ୍ବଦନ୍ତୀ ଅନୁସାରେ, ଯମୁନା କନ୍ଧୁଣୀ, ନୃସିଂହନାଥ ମହାପ୍ରଭୁ ଆବିର୍ଭାବ ହେଇଥିବା ବେଳେ ମାଁ ଦୁର୍ଗେଇ ଦେବୀଙ୍କ ଆରାଧ୍ୟ ଦେବୀ ଙ୍କ ଦୈବୀଶକ୍ତି ଉପାସନା ପରମ୍ପରା ସ୍ଵତନ୍ତ୍ରତା ରହିଅଛି। ମାଁ ଙ୍କ ଆରାଧନା କଲେ ସାନିଧ୍ୟ ଲାଭ କରିବା ସହ ମାନସିକ ପୂରଣ ହୋଇଥାଏ ବୋଲି ପୂର୍ଣ୍ଣ ବିଶ୍ଵାସ ରହିଛି। ନିଘଞ୍ଚ ଅରଣ୍ୟ ଓ ବନ୍ୟଜନ୍ତୁ ଙ୍କ ବାସସ୍ଥଳୀ ସତ୍ତ୍ୱେ ମାଁ ଦୂର୍ଗେଇଦେବୀ ଙ୍କ ପୂଜା ରେ କୌଣସି ଦିନ ଅଟଘଣ ଘଟିନାହିଁ। ଯାହାକି ମାଙ୍କ ଅପାର କରୁଣା ରହିଥିବା ବିଶ୍ୱାସ ରହିଛି।ମାଁ ଙ୍କ ବାର୍ଷିକ ପୂଜାନୋତ୍ସବରେ ପାଇକମାଲ, ପଦ୍ମପୁର, ଝାରବନ୍ଧ, ବରଗଡ଼, ସମ୍ବଲପୁର, ନୂଆପଡା, ପାଟଣାଗଡ, କୋମନା,ସହ ପଡୋଶୀ ରାଜ୍ୟ ଛତିଶଗଡ଼ ରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା।ନୂଆପଡା ଏହି ମାଁ ଦୂର୍ଗେଇ ଦେବୀ ଙ୍କ ପୀଠକୁ ବିଦ୍ୟୁତ କରଣ,ଯିବା ପାଇଁ ପାହାଚ ନିର୍ମାଣ କରିବାକୁ ଅଞ୍ଚଳ ବାସୀଙ୍କ ଦାବୀ ହେଉଛି। ସରକାର ଦୃଷ୍ଟି ଦେଇ ଏହି ମାଁ ଦୁର୍ଗେଇଦେବୀ ବୁଢ଼ୀ ମା'ଙ୍କ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବୀ ହେଉଛି। ପୂଜକ ସୁଵାଷ ମଲ୍ଳିକ, ଅନିରୁଦ୍ଧ ମଲ୍ଳିକ, ସଚ୍ଚିଦାନନ୍ଦ ମଲ୍ଳିକ, ତ୍ରିନାଥ ମଲ୍ଳିକ, ପ୍ରଦୀପ ମଲ୍ଲିକ, ଦେହୁରୀ ରଣଜିତ ମଲ୍ଲିକ,ସୁବାଚନ ମଲ୍ଲିକ,ବିଶିକେଶନ ମଲ୍ଳିକ, ଦୁର୍ଗେଇ ଦେବୀ ପୂଜା ପରିଚାଳନା କମିଟି ସଭାପତି ମଧୂସୁଦନ ପାଣ୍ଡେ, ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ଭୋଇ, ସଂପାଦକ ବେଣୁଧର ମଲ୍ଳିକ, ସହ ସଂପାଦକ ତ୍ରିନାଥ ମଲ୍ଳିକ, କୋଷାଧ୍ୟକ୍ଷ ହିରଣ୍ୟ ମଲ୍ଳିକ, ମନଭଙ୍ଗ ଗୌନ୍ତିଆ ଅନନ୍ତରାମ ଭୋଇ, ମିଠାପାଲି ପୂର୍ବତନ ସରପଞ୍ଚ ଶ୍ରୀ ପାନାଲାଲ ସେଠ,ଦିବ୍ଯ ହଂସ ପ୍ରମୁଖଙ୍କ ସହ ଅନ୍ୟ ମାନେ ସହଯୋଗ କରିଥିଲେ। ମାଁ ଙ୍କ ବାର୍ଷିକ ପୂଜାନୋତ୍ସବ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା।

0
0
0
s2sdefault