ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ;
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫କୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି I ଏଥିରେ ସ୍ଵତନ୍ତ୍ର ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ମୁଖ୍ୟ ବକ୍ତା ରୂପେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଞ୍ଜନ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ତଥା ବିଡିଓ କଳାକୃଷ୍ଣ ପ୍ରଧାନ,ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ଜେ ପ୍ରମୁଖ ମଞ୍ଚାସୀନ ଥିଲେ I ବେଲଗୁଣ୍ଠା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର କାର୍ତ୍ତିକ ଚନ୍ଦ୍ର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରଥମରୁ ହିଁ ଶାଣିତ ସ୍ଵରରେ ପୂର୍ବ ସରକାରଙ୍କୁ ଆକ୍ରମଣ କରିଥିଲେ I ସେ ପ୍ରଥମେ ଗାଆଁର ଏବଂ ମହିଳା ମାନଙ୍କର ବିକାଶ ହେଲେ ଓଡ଼ିଶାର ବିକାଶ ହେବ ବୋଲି କହିବା ସହ ମହିଳା ମାନଙ୍କୁ ଦିଆଯାଇଥିବା ପ୍ରତିଶୃ୍ତି ସୁଭଦ୍ରା ଯୋଜନାର ବର୍ଷକୁ ଦଶ ହଜାର ଟଙ୍କା ହିସାବରେ ପାଞ୍ଚ ବର୍ଷରେ ପଚାଶ ହଜାର ଟଙ୍କା ଯୋଗାଇ ଦିଆଯାଉଥିବା ଏବଂ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୃଷକ ଏବଂ କୃଷିକୁ ସମୃଦ୍ଧ କରିବା ଲକ୍ଷ୍ୟ ରଖା ଯାଇଥିବା ପ୍ରକାଶ କରିଥିଲେ I ପୂର୍ବରୁ ଜିଲ୍ଲା ସ୍ତରରେ ଏହି ପ୍ରକାର ମେଳା ଆୟୋଜନ କରାଯାଉଥିଲା ଏବଂ ବିଭିନ୍ନ ଯୋଜନା ଥିଲେ ମଧ୍ୟ ଏହି ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ନପାରି ସରକାରଙ୍କ ସମସ୍ତ ଯୋଜନା ପୋଲସରା ନିର୍ବାଚନ ମଣ୍ଡଳୀରେ ସାହୁ ଏବଂ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ସ୍ୱାଇଁ ଘରେ ହିଁ ସୀମିତ ରହୁଥିଲା ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ପୂର୍ବତନ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ନିଶାଣ କରିଥିଲେ I ବିଭିନ୍ନ ପ୍ରକାର କୃଷି ଏବଂ କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ୧୧୩ ଟି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ସବସିଡ୍ ଯୋଗାଇ ଦେଉଛନ୍ତି I ଏହି ଯୋଜନା ସମ୍ପର୍କରେ ଲୋକେ ସଚେତନ ହେଲେ ହିଁ ଏହାର ପ୍ରକୃତ ଲକ୍ଷ୍ଯ ହାସଲ ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ I ସରକାର ବିଭିନ୍ନ ବର୍ଗର ଲୋକଙ୍କୁ ଏବଂ ମହିଳା ସଂଗଠନ ମାନଙ୍କୁ ଛେଳି, ଗାଈ, ମାଛ, ଗୋଖାଦ୍ୟ ପ୍ରସ୍ତୁତି ଭଳି ବିଭିନ୍ନ ଯୋଜନାରେ ୪୦ ରୁ ୬0 ପ୍ରତିଶତ ସବସିଡ୍ ଯୋଗାଇ ଦେଉଛନ୍ତି I ଏହାର ସଦୁପଯୋଗ କଲେ ଜଣେ ସଫଳ ଚାଷୀ ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ I ସେହିଭଳି ପୋଖରୀ ଖନନ ପାଇଁ ହେକ୍ଟର ପିଛା ଏଗାର ଲକ୍ଷ ଟଙ୍କା ୠଣ ଯୋଗାଇ ଦିଆଯାଉଛି I ଏହାର ୫୦ ପ୍ରତିଶତ ରିହାତି ରହିଛି I ଗୋଖାଦ୍ୟ,ମତ୍ସ୍ୟ ଏବଂ ଛେଳି ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ପିଆର୍ଆଇ ମେମ୍ବର ମାନେ ଚାହିଁଲେ ଦେଢ଼ ଲକ୍ଷ ଟଙ୍କା ଋଣ ନେଇ ଏହି ବ୍ୟବସାୟ ଆରମ୍ଭ କରିପାରିବେ I ଏଥିରେ ମଧ୍ୟ ୫୦ ପ୍ରତିଶତ ରିହାତି ରହିଛି I ଏହିଭଳି ପ୍ରତି ପଂଚାୟତରେ ଉଦ୍ୟୋଗୀ ଏବଂ ସଫଳ ଚାଷୀ ସୃଷ୍ଟି କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି I ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଶାଣିତ ସ୍ଵରରେ ଆକ୍ରମଣ କରିଥିଲେ I ପୂର୍ବର ବିଜେଡ଼ି ସରକାର ଅମଳରେ କେବଳ କାଗଜ କଲମରେ ହିଁ ସବୁ କାମ ହେଉଥିଲା ବେଳେ ୨୪ ବର୍ଷର ଶାସନ ଏବଂ ଦେଢ଼ ବର୍ଷର ଶାସନ ମଧ୍ୟରେ ବହୁ ତଫାତ୍ ସୃଷ୍ଟି ହୋଇଛି I ଦେଢ଼ ବର୍ଷ ଭିତରେ ଲୋକଙ୍କ ହିତ ପାଇଁ ଯେଉଁ କାର୍ଯ୍ୟକ୍ରମ ହୋଇଛି ତାର ପ୍ରତିଫଳନ ଦେଖିବାକୁ ମିଳିଛି ନୂଆଁପଡ଼ା ଉପନିର୍ବାଚନରେ I ୮୩୦୦୦ ରୁ ଉର୍ଦ୍ଧ୍ଵ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ସହ ବିଜେଡ଼ିକୁ ଲୋକେ ଧୂଳି ଚଟାଇଛନ୍ତି I ପୂର୍ବର ମିଛୁଆ ସରକାର ନିର୍ବାଚନ ବେଳେ ଲୋକଙ୍କୁ ମଦ ମାଂସ ଏବଂ ମାଗଣା ଯୋଜନା ଦେଇ ଲୋକଙ୍କୁ ଅଳସୁଆ କରିଦେଇଥିବା ବେଳେ ଆମ ସରକାର ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ଯୋଗାଇଦେଉଥିବା ମନ୍ତ୍ରୀ ପ୍ରକାଶ କରିଥିଲେ I ମୁଖ୍ୟମନ୍ତ୍ରୀ କାମଧେନୂ ଯୋଜନାରେ ଦୁଇଟି ଗାଈ ପାଇଁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କାର ଋଣ ଯୋଗାଇ ଦିଆଯାଉଛି I ଏଥିରେ ୧୬୧୦୦୦ ଟଙ୍କାର ରିହାତି ରହିଛି I ତେଣୁ ଜଣେ ଲୋକ ଏଥିରୁ ଲାଭ ପାଇବା ପାଇଁ ଋଣ ଏବଂ ବାଛୁରିର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ନିକଟରୁ ୨୦୦୦୦ ଟଙ୍କା ଏବଂ ଘାସ ଚାଷ ପାଇଁ ସରକାର ୩୫000 ଟଙ୍କା ଯୋଗାଇ ଦିଆଯାଉଛି I ସେହିପରି ମାଆ ମାନେ ନେଉଥିବା ଋଣକୁ ପୁଣି ଋଣରେ ଲଗାଇ ବିଭିନ୍ନ ସମସ୍ୟାରେ ଛନ୍ଦି ନହୋଇ ୠଣକୁ ସରକାରଙ୍କ ବିଭିନ୍ନ ଯୋଜନାରେ ବିନିଯୋଗ କରି ତାର ଲାଭ ଉଠାଇବା ସହ ପ୍ରତ୍ୟେକ ମାଆ ଲକ୍ଷ ପତି ଦିଦି ହୁଅନ୍ତୁ ବୋଲି ସୋରଡା ବିଧାୟକ ନୀଳମଣି ବିଷୋୟୀ ପ୍ରକାଶ କରିବା ସହିତ ମହିଲା ମାନଙ୍କୁ କୌଣସି ସରକାରୀ ଅଧିକାରୀ ସହଯୋଗ ନକଲେ ମାଆ ମାନେ ମୋ ଦୃଷ୍ଟିକୁ ଆଣନ୍ତୁ ବୋଲି ବିଧାୟକ ଶ୍ରୀ ବିଷୋୟୀ କହିଥିଲେ I ଏହି କାର୍ଯ୍ୟକ୍ରମରେ ବ୍ଳକ୍ ର ୧୮ ଟି ଗ୍ରାମ ପଂଚାୟତରୁ ୭୦୦ରୁ ଉର୍ଦ୍ଧ୍ଵ ଚାଷୀ ଭାଗ ନେଇଥିଲେ । ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ୩୪ ଜଣ ଭୂମିହୀନଙ୍କୁ ବିଧାୟକ ପଟ୍ଟା ବଣ୍ଟନ କରିଥିଲେ I ଜଣେ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ୍ ପ୍ରଦାନ କରାଯିବା ସହିତ ବହୁ ସଫଳ ଚାଷୀଙ୍କୁ ମନ୍ତ୍ରୀ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ I ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞ ଆଲଚନା ଚକ୍ର, ସଚେତନତା ଓ ବ୍ଲକ୍ କଳା ସାଂସ୍କୃତିକ ସଂଘ ଦ୍ଵାରା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା କୁ ନେ଼ଇ ପାଲା ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯାଇଥିଲା ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ମେଳାରେ ୮ ଜଣ ଶ୍ରେଷ୍ଠ ପ୍ରାଣିପାଳକ ଓ ମତ୍ସ୍ୟ ଚାଷୀ (ମତ୍ସ୍ୟ ବିଭାଗରୁ ୪ ଜଣ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗରୁ ୪ ଜଣ)ଙ୍କୁ ସମ୍ବର୍ଦ୍ଧନା, ସହ ୧୦୦୦/- ଟଙ୍କା ନଗଦ ପୁରସ୍କାର ରାଶି ,ଉତ୍ତରୀୟ, ମୋମେଣ୍ଟୋ ପ୍ରଦାନ କରାଯାଇଥିଲା । ୧୫ ଟି ବିଭିନ୍ନ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି ମେଳା ରେ ପଞ୍ଚାୟତ ସମିତି ର ସଭ୍ୟ ସଭ୍ୟା, ସରପଞ୍ଚ,ଜିଲ୍ଲା ପରିଷଦ ସଦସ୍ୟ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର୍ କବିରାଜ ସେଠୀ,ସହକାରୀ ନିର୍ବାହି ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରୀପାଠୀ, ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ, ପ୍ରାଣୀ ଚିକିତ୍ସକ (ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା) ଡ଼ାକ୍ତର ସଞ୍ଜୟ ମହାପାତ୍ର, ଗାଙ୍ଗପୁର ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଅବିନାଶ ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ସସ୍ମିତା ଗୌଡ,ସହକାରୀ କୃଷି ଅଧିକାରୀ ଶୈଳସୂତା ସାହୁ, ସହକାରୀ ମତ୍ସ୍ୟ ଅଧିକାରୀ ଶୁଭେନ୍ଦୁ ଆଚାରୀ, ସମସ୍ତ ପ୍ରଣିଧନ ନିରକ୍ଷକ ଏବଂ ସମସ୍ତ ଷ୍ଟାଫ୍, ପ୍ରୋଗ୍ରାମ ଆସିଷ୍ଟାଣ୍ଟ, କର୍ମଚାରୀ ଯୋଗ ଦେଇଥିଲେ।











