ହେଡଲାଇନସ୍:

ଡୁଙ୍ଗୁରିପାଲି: ସହଲା ପେକ୍ସ୍ ରୁ ଟ୍ରକ୍ ଯୋଗେ ଧାନ ଚୋରି !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପେକ୍ସ୍ ସମ୍ପାଦକ. ଜିଲ୍ଲା ଯୋଗାଣ ଅଧିକାରୀ ଓ ମିଲ ମାଲିକ ଙ୍କ ମଧୁଚଦ୍ରିକା. ଅଭିଯୋଗ ଆଣିଲେ ଚାଷୀ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ପେକ୍ସ୍ ରୁ ଗତ -୧୪-୧୧-୨୫ ରାତ୍ରି ପ୍ରାୟ ୮ଟା ସମୟରେ ଦୁଇଟି ଟ୍ରକ ଯୋଗେ ଧାନ ଚୋରି ହେଉଥିବା ସନ୍ଦେହ କରି ସହଲା ଗ୍ରାମ ର କ୍ଷମାନିଧି ମେହେର ଙ୍କ ନେତୃତ୍ୱରେ କେତେକ ଚାଷୀ ଧାନ ବୋଝାଇ ଟ୍ରକ କୁ ଅଟକ ରଖି ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ । ତଦ୍ଵାରା ଧାନ ବୋଝାଇ ଟ୍ରକ ପେକ୍ସ୍ ନିକଟରେ ଅଟକି ରହିଥିଲା ଚାଷୀ ଙ୍କ ଅଭିଯୋଗ କ୍ରମେ ଆଜି ଅପରାହ୍ନ ୪ ରେ ସୋନପୁର ଯୋଗାଣ ଅଧିକାରୀ କେଦାରନାଥ ନାଏକ ସହଲା ପେକ୍ସ୍ ରେ ପହଁଚି ଏହାର ଅନୁସନ୍ଧାନ ପୂର୍ଵକ ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିଲେ। ଚାଷୀଙ୍କ କହିବା ମୁତାବକ ସହଲା ଗ୍ରାମ ର ୧୫ ଜଣ ଚାଷୀ ଙ୍କର କ୍ଯୁଣ୍ଟାଲ,କ୍ଯୁଣ୍ଟାଲ ଧାନ ଗତପାଞ୍ଚ ମାସ କାଳରୁ ପେକ୍ସ୍ ରେ ପଡି ରହିଥିଲା | ଚାଷୀ ଙ୍କ ଏହି ଧାନ କୁ ଗୋଦାମ ଘରେ ସାଇତି ନରଖି ପେକ୍ସ୍ ସମ୍ପାଦକ ନିତାଇ ପଣ୍ଡା ଲୋକନାଥ ମିଲ ମାଲିକଙ୍କ ସହ ଚୁକ୍ତି କରିବା ପୂର୍ବକ ତାଙ୍କ ସକାଶେ ଗୋଦାମ ଘର ଉଦେଶ୍ୟ ମୂଳକ ଭାବରେ ସଂରକ୍ଷିତ। ରଖିଥିଲେ । ଗୋଦାମ ଘର ବାହାରେ ଚାଷୀ ଙ୍କ ଧାନ ପଡ଼ି ରହିଥିବା ଦୃଷ୍ଟି ରୁ ଚାଷୀ ମାନେ ବହୁ କାଁଶରେ କ୍ଷେତୀଗ୍ରସ୍ତ ହୋଇଥିବା ପ୍ରକାଶ କରିଥିଲେ। ତେବେ ଗତ ପାଞ୍ଚ ମାସରୁ ଗୋଦାମ ଘର ବାହାରେ ପଡ଼ି ରହିଥିବା ଚାଷୀ ଙ୍କ ଧାନ ରକ୍ଷଣା ବେକ୍ଷେଣ ଦିଗରେ ସମ୍ପାଦକ ନିତାଇ ଚରଣ ପଣ୍ଡା ଆଦୋ ଦାଇତ୍ୱ ନିର୍ବାହ କରି ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଏ ବାବଦରେ ପଚାରିବାରୁ ଲୋକନାଥ ମିଲ ମାଲିକ ଙ୍କ ସହ ପେକ୍ସ୍ ରେ ଧାନ ଭର୍ତ୍ତି ରଖିବାକୁ ଏକ ଚୁକ୍ତି ହୋଇଥିବା ପ୍ରକାଶ କରିଥିଲେ। ତେବେ ସମ୍ପାଦକ ନିତାଇ ପଣ୍ଡା କେଉଁ ମହତ ଉଦେଶ୍ୟ ରଖି ଚାଷୀ ମାରଣ ନୀତିରେ ସମ୍ପୃକ୍ତ ରହୁଛନ୍ତି ତାହା ଅନୁସନ୍ଧାନ ସାପେକ୍ଷ।

0
0
0
s2sdefault