ଡୁଙ୍ଗୁରିପାଲି ସାମ୍ବାଦିକ ସଂଘ ଡୁଙ୍ଗୁରିପାଲି ର ବାର୍ଷିକ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସାମ୍ବାଦିକ ସଂଘ ର ଏକ ସାଧାରଣ ବୈଠକ ସଂଘର ସଭାପତି ପଦ୍ମବାଗ ଯାଦବ ଙ୍କ ଅଧ୍ୟକ୍ଷତାରେ ସ୍ତାନୀୟ ଆର ଏମ୍ ସି ସଭା କକ୍ଷରେ ଅନୁଷ୍ଠିତ ହୋଇଥିଲା l ସଭା ପ୍ରାରମ୍ଭରେ ସଂଘ ସମ୍ପାଦକ ମୁକେଶ ଭୋଇ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ l ପରେ ପରେ ସଂଘ କୋଷାଧ୍ୟକ୍ଷ ସୁଦାମ ସାହୁ ସାମ୍ବାଦିକ ସଂଘ ମାର୍ଫଦ ରେ ସାମାଜିକ ବନି କରଣ, ଶିକ୍ଷା ଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ସଂlଗଠlନିକ ପ୍ରକ୍ରିୟା ଚାଲୁ ରଖିବା କୁ ମତ ବ୍ୟକ୍ତ କରିଥିଲେ l ବରିଷ୍ଠ ସାମ୍ବାଦିକ ଦୀନବନ୍ଧୁ ସୁନା, ପ୍ରକାଶ ହାତୀ,ଉପ ସଭାପତି ଚଉବର୍ଗ ଭୋଇ, ଉପଦେଷ୍ଟା ସରୋଜ ପ୍ରଧାନ ଏବଂ ଯଦୁମଣି କୁଦେଇ ପ୍ରମୂଖ ସାମ୍ବାଦିକ ସଂଘ ର ଏକ ବାର୍ଷିକ ଉତ୍ସବ ପାଳନ ନେଇ ପ୍ରସ୍ତାବ ଆଗତ କରିବାରୁ ଆସନ୍ତା ଜାନୁଆରୀ ମାସ ରେ ଏହା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ପୁନଶ୍ଚ ସାମ୍ବାଦିକ ସଂଘ ର ସଂସକ୍ତ କରଣ ଉପରେ ସମସ୍ତ୍ ସଭ୍ୟ ଙ୍କୁ ନେଇ ଏକ ଜରୁରୀ ବୈଠକ ଡ଼କା ଯିବାକୁ ସମ୍ପାଦକ ମୁକେଶ ଭୋଇ ଙ୍କୁ ଦାୟିତ୍ଵ ଦିଆଗଲା l ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ଗୋପାଳ ମାଝୀ ,ରବିନ୍ଦ୍ର ତ୍ରିପାଠୀ, କିଶୋର ସାହୁ, ସୁରେନ୍ଦ୍ର ମଟlରି ,କୁଷ୍ଠଚନ୍ଦ୍ର ବାଗ, ସୁଦାମ ଦୀପ, ବିନୟ ଦଣ୍ଡସେନ ା ପ୍ରମୂଖ ଉପସ୍ଥିତ ଥିଲେ l ଶେଷ ରେ ସାମ୍ବାଦିକ ଉମାକାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault